ଗରିବରଙ୍କ ଅର୍ଥ ଲୁଟି ନେଲେ ଡାକ ବାବୁ

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ବାଡ ଯଦି ଫସଲ ଖାଏ, କହିବା କାହାକୁ। ସବୁଠୁ ଭରଷାଯୋଗ୍ୟ ସରକାରୀ ସଂସ୍ଥା ପୋଷ୍ଟ ଅଫିସରୁ ଯଦି ଜମା ଟଙ୍କା ଗାଏବ ହୁଏ, ତାହାହେଲେ କେଉଁଠି ସଞ୍ଚୟ କରିବେ ଜମାକାରୀ? ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଡାକ ଘରୁ ଅର୍ଥ ତୋଷରପାତ ଅଭିଯୋଗ। ପାଖାପାଖି ସାଢେ ୩ କୋଟି ଟଙ୍କାର ହେରଫେର ସୂଚନା ପାଇ ସାରିଲାଣି ସିବିଆଇ। ୧୬ଜଣ ପୋଷ୍ଟ ମାଷ୍ଟରଙ୍କ ଉପରେ ଫୌଜଦାରୀ ମାମଲା ରୁଜୁ କରିଛି।

କଳାହାଣ୍ଡି ଜିଲ୍ଲା ବୋରିଆର କଳଙ୍କ ଲୁହା। ନାତୁଣୀର ଭବିଷ୍ୟତ ପାଇଁ ନିଜ ବାର୍ଦ୍ଧକ୍ୟ ଭତ୍ତାରୁ ୨୦୦ ଟଙ୍କା ଲେଖାଏଁ ସ୍ଥାନୀୟ ପୋଷ୍ଟ ଅଫିସରେ ଜମା କରି ଆସୁଥିଲେ। ୧୮ବର୍ଷ ପାଇଁ ଖୋଲାଯାଇଥିଲା ଖାତା। ହେଲେ ଅଧାରୁ ଟଙ୍କା ନେଇ ପାର୍ ହୋଇଗଲେ ପୋଷ୍ଟ ମାଷ୍ଟର କମ୍ବୁପାଣି ହରିଜନ। ଖାଲି କଳଙ୍କ ନୁହଁନ୍ତି, ବୋରିଆ ପଞ୍ଚାୟତର ପାଖାପାଖି ୨୦ରୁ ଅଧିକ ଜମାକାରୀ ଏଭଳି ସାଂଘାତିକ ଠକେଇରେ ଶିକାର ହୋଇଛନ୍ତି। ଏବେକାର ପୋଷ୍ଟମାଷ୍ଟର କହିଛନ୍ତି, ଯିଏ ଦୋଷୀ ତାକୁ ଧରାଯାଉ।

ସେହିପରି ଫୁଲବାଣୀ ଡାକ ମଣ୍ଡଳୀରୁ ସମାନ ଅଭିଯୋଗ ଆସିଛି। ଏଠାକାର ବିଭିନ୍ନ ପୋଷ୍ଟ ଅଫିସରୁ ଆସିଛି ୧୬ ଟି ଅର୍ଥ ତୋଷାରପାତ ଘଟଣା। ଯାହାକୁ ତୁଟାଇ ଦେଉଛି ସୁରକ୍ଷିତ ସରକାରୀ ସଂସ୍ଥାରେ ଟଙ୍କା ଜମା ରଖିବାର ଆଶା।

ଡାକଘରୁ ଜମା ଟଙ୍କା ହେରଫେର ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୬ ଜଣ ପୋଷ୍ଟ ମାଷ୍ଟରଙ୍କ ଉପରେ ଫୌଜଦାରୀ ମାମଲା ରୁଜୁ କରିଛି ସିବିଆଇ। ସୂଚନା ଅନୁସାରେ ରାଜ୍ୟର ୩୬ଟି ଡାକ ଘରୁ ପ୍ରାୟ ସାଢେ ୩କୋଟି ଟଙ୍କା ହଡପ ହୋଇଥିବା ସିବିଆଇ ସୁରାଗ ପାଇଛି। କଳାହାଣ୍ଡି ଜିଲ୍ଲାର ୮ ଜଣ, ବରଗଡର ୩ଜଣ, ବ୍ରହ୍ମପୁରର ୨ଜଣ ଓ କନ୍ଧମାଳର ୩ଜଣ ପୋଷ୍ଟ ଅଫିସ୍ କର୍ମଚାରୀଙ୍କ ବିରୋଧରେ ମାମଲା ହୋଇଛି। ଆଉ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା କହିଛନ୍ତି, ଯେତେବେଳେ ଘଟଣା ନଜରକୁ ଆସୁଛି ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଉଛି।

ବାଡ ଯଦି ଫସଲ ଖାଏ, କହିବା କାହାକୁ। ସବୁଠୁ ଭରଷା ଯୋଗ୍ୟ ସରକାରୀ ସଂସ୍ଥା ପୋଷ୍ଟ ଅଫିସରୁ ଯଦି ଜମା ଟଙ୍କା ଗାଏବ ହୁଏ, ତାହାଲେ କେଉଁଠି ସଞ୍ଚୟ କରିବେ ଜମାକାରୀ?

Ordigital Desk
• Published: Monday, 05 February 2018
• Updated: 05 February 2018, 09:40 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos