ବମିଖାଲ ବ୍ରିଜ୍‌ ଭୁଶୁଡିବା ଘଟଣାରେ ଏମିତି କହିଲେ ୨ ପ୍ରମୁଖ ରାଜନେତା

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବମିଖାଲ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି- ବମିଖାଲ ବ୍ରିଜ୍ ଯିଏ କରୁଛି, ଜଟଣୀ ବ୍ରିଜ୍ ବି ସିଏ କରୁଛି। ଜଟଣୀବାସି ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଥିଲେ। ମୁଁ ଜଟଣୀ ଯାଇଥିବା ବେଳେ ନିମ୍ନମାନ କାମର ଭିଡିଓ ଦେଖାଇଥିଲେ, ଜଟଣୀରୁ ଫେରିବା ପରେ ପୂର୍ତ୍ତ ବିଭାଗ ସଚିବଙ୍କୁ ଏନେଇ କହିଥିଲି। ସଚିବ ମଧ୍ୟ ଏ ବିଷୟ ଦେଖିବେ ବୋଲି କହିଥିଲେ। ମାତ୍ର ବର୍ଷେ ପରେ ବି ଲୋକେ ସେହି ଅଭିଯୋଗ କରୁଛନ୍ତି । ଲୋକେ କହୁଛନ୍ତି କାମରେ ଶାସକ ଦଳ ନେତାଙ୍କ ପଇସା ଲାଗିଛି ।ଶାସକ ଦଳର ନେତା କିଏ, ଖୋଜି ବାହାର କରାଯାଉ ବୋଲି କହିଛନ୍ତି ଦାମ।</p> <p>ଅନ୍ୟପକ୍ଷରେ ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି, ମାନ ନ ଥିବା ଠିକାଦାର ଓ କଳା ତାକିଲାଭୁକ୍ତ ସଂସ୍ଥାକୁ ପୁନଃ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ ଉଠାଇ ସେ ସଚିବାଳୟ ତୃତୀୟ ମହଲାକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।</p>

Ordigital Desk
  • Published: Saturday, 05 May 2018
  • Updated: 05 May 2018, 10:33 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବମିଖାଲ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି- ବମିଖାଲ ବ୍ରିଜ୍ ଯିଏ କରୁଛି, ଜଟଣୀ ବ୍ରିଜ୍ ବି ସିଏ କରୁଛି। ଜଟଣୀବାସି ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଥିଲେ। ମୁଁ ଜଟଣୀ ଯାଇଥିବା ବେଳେ ନିମ୍ନମାନ କାମର ଭିଡିଓ ଦେଖାଇଥିଲେ, ଜଟଣୀରୁ ଫେରିବା ପରେ ପୂର୍ତ୍ତ ବିଭାଗ ସଚିବଙ୍କୁ ଏନେଇ କହିଥିଲି। ସଚିବ ମଧ୍ୟ ଏ ବିଷୟ ଦେଖିବେ ବୋଲି କହିଥିଲେ। ମାତ୍ର ବର୍ଷେ ପରେ ବି ଲୋକେ ସେହି ଅଭିଯୋଗ କରୁଛନ୍ତି । ଲୋକେ କହୁଛନ୍ତି କାମରେ ଶାସକ ଦଳ ନେତାଙ୍କ ପଇସା ଲାଗିଛି ।ଶାସକ ଦଳର ନେତା କିଏ, ଖୋଜି ବାହାର କରାଯାଉ ବୋଲି କହିଛନ୍ତି ଦାମ।</p><p>ଅନ୍ୟପକ୍ଷରେ ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି, ମାନ ନ ଥିବା ଠିକାଦାର ଓ କଳା ତାକିଲାଭୁକ୍ତ ସଂସ୍ଥାକୁ ପୁନଃ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ ଉଠାଇ ସେ ସଚିବାଳୟ ତୃତୀୟ ମହଲାକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos