ଡାମନରେ ନିର୍ଯାତିତ ୯୦ଓଡ଼ିଆ ଶ୍ରମିକ

ଅନୁଗୋଳ: ଡାମନରେ ପ୍ରତିତି ନାମକ ଏକ ଘରୋଇ କମ୍ପାନୀରେ ପ୍ରାୟ ୯୦ ଜଣ ଓଡ଼ିଆ ଶ୍ରମିକ ନିର୍ଯାତନା ଭୋଗୁଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦରମା ଦେଉ ନ ଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେମାନେ ଭୋକ ଓପାସରେ ଥିବା କହିଛନ୍ତି। ଅଭିଯୋଗ ଅନୁସାରେ ପ୍ରତିତି କମ୍ପାନୀରେ ଅନୁଗୋଳ, ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୯୦ ଜଣ ଶ୍ରମିକ ଚଷମା କାଚ ତିଆରି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୩ […]

odis

odis

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 07:53 PM IST

Sports

Latest News

ଅନୁଗୋଳ: ଡାମନରେ ପ୍ରତିତି ନାମକ ଏକ ଘରୋଇ କମ୍ପାନୀରେ ପ୍ରାୟ ୯୦ ଜଣ ଓଡ଼ିଆ ଶ୍ରମିକ ନିର୍ଯାତନା ଭୋଗୁଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦରମା ଦେଉ ନ ଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେମାନେ ଭୋକ ଓପାସରେ ଥିବା କହିଛନ୍ତି।

ଅଭିଯୋଗ ଅନୁସାରେ ପ୍ରତିତି କମ୍ପାନୀରେ ଅନୁଗୋଳ, ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୯୦ ଜଣ ଶ୍ରମିକ ଚଷମା କାଚ ତିଆରି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୩ ମାସ ହେବ ଶ୍ରମିକମାନଙ୍କୁ ସେମାନଙ୍କୁ ଦରମା ଦିଆଯାଇନାହିଁ। ଇପିଏଫ୍‌ ଟଙ୍କା କଟା ଯାଉଥିଲେ ମଧ୍ୟ ତାହାର ହିସାବ ଦିଆଯାଉନାହିଁ। ଟଙ୍କା ଅଭାବରୁ ସେମାନେ ଓପାସରେ ରହିଛନ୍ତି ଓ ଘରକୁ ଆସିପାରୁ ନାହାନ୍ତି। ସେଠାରେ ଆନ୍ଦୋଳନ କିମ୍ବା ଧାରଣା ଦେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କଲେ ସ୍ଥାନୀୟ ପୋଲିସ ଓ ଗୁଣ୍ଡା ସେମାନଙ୍କୁ ଧମକଚମକ ଦେଉଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos