ଐତିହାସିକ ଦମୟନ୍ତୀ ସାଗରର ଅବସ୍ଥା ଶୋଚନୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରକ୍ଷଣାବେକ୍ଷଣ ଅଭାବରୁ କୋରାପୁଟ କୋଟପାଡର ଐତିହାସିକ ଦମୟନ୍ତୀ ସାଗରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଠି ଯୁଆଡେ ଚାହିଁଲେ ଖାଲି ଦଳ। ଏହି ଐତିହାସିକ ଜଳାଶୟ ଏବେ ସବୁଜ ପଡିଆର ଭ୍ରମ ପାଲଟିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ସାଗର ପାର୍ଶ୍ୱରେ ଥିବା ପାଚେରୀ ଓ ପ୍ରବେଶ ଦ୍ୱାର ଭାଙ୍ଗିରୁଜି ଯାଇଛି। ଏଠାରେ ଅନାବନ ଗଛ ଉଠିବା ସହ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି। ଏହି ସାଗରର ଜରାଜୀର୍ଣ୍ଣ ଅବସ୍ଥା ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ […]

damayanti pond in koraput

damayanti pond in koraput

Rakesh Mallick
  • Published: Monday, 02 April 2018
  • Updated: 02 April 2018, 05:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରକ୍ଷଣାବେକ୍ଷଣ ଅଭାବରୁ କୋରାପୁଟ କୋଟପାଡର ଐତିହାସିକ ଦମୟନ୍ତୀ ସାଗରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଠି ଯୁଆଡେ ଚାହିଁଲେ ଖାଲି ଦଳ। ଏହି ଐତିହାସିକ ଜଳାଶୟ ଏବେ ସବୁଜ ପଡିଆର ଭ୍ରମ ପାଲଟିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ସାଗର ପାର୍ଶ୍ୱରେ ଥିବା ପାଚେରୀ ଓ ପ୍ରବେଶ ଦ୍ୱାର ଭାଙ୍ଗିରୁଜି ଯାଇଛି। ଏଠାରେ ଅନାବନ ଗଛ ଉଠିବା ସହ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି।
ଏହି ସାଗରର ଜରାଜୀର୍ଣ୍ଣ ଅବସ୍ଥା ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ପୂର୍ବରୁ ଏହି ସାଗର ରକ୍ଷଣା ବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ଆଖିଦୃଶିଆ ଭଳି ନୁହେଁ, ବୋଲି ଅଭିଯୋଗ ହୋଇଛି।


କିମ୍ବଦନ୍ତୀ ଅନୁଯାୟୀ, ନଳ ବଂଶର ରାଜା ସ୍ଥାନୀୟ ଅଞ୍ଚଳକୁ ଆବଶ୍ୟକ ପାନୀୟ ଜଳ ଯୋଗାଣ ପାଇଁ ବଡ ଜଳାଶୟ ନିର୍ମାଣ କରିଥିଲେ। ରାଜାଙ୍କ ଝିଅଙ୍କ ନାମ ଅନୁସାରେ ଏହାର ନାଁ ରଖାଯାଇଥିଲା ଦମୟନ୍ତୀ ସାଗର। ଇତିମଧ୍ୟରେ ଏହି ସାଗର ପାଇଁ ୬ କୋଟି ୫୫ ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ ସରିଛି। ବାସ୍ତବ ସ୍ଥିତି କିନ୍ତୁ ଅଲଗା।
ବୁଦ୍ଧିଜୀବୀ ଶ୍ରୀନିବାସ ମିଶ୍ର କହିଛନ୍ତି-“ଏ ସବୁର ସମସ୍ୟାର କାରଣ ହେଉଛି ସରକାରଙ୍କ ଅବହେଳା। ଜନ ଜାଗରଣ ଓ ଜନ ସଚେତନତ।”
ଅନ୍ୟପକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ କହିଛନ୍ତି, ପୂର୍ବରୁ କିଛି କାମ ହୋଇଥିଲା ବେଳେ ଆଗକୁ ଉନ୍ନୟନ କାର୍ଯ୍ୟ ପାଇଁ ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos