ମୋଦି ମହାନଦୀର ଶୁଖିଲା ଛାତିରେ ସଭା କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା କେତେ ରୁଚିକର ?
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କଟକ ଆସି ୪ ବର୍ଷ ସରକାର ସୁଫଳ କଥା କହିଥିଲେ। ଏହାସହ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ସହଯୋଗ କରୁ ନଥିବା ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ମହାନଦୀର ଶୁଖିଲା ଛାତିରେ ମୋଦିଙ୍କ ସଭା ରୁଚିକର ନୁହେଁ ବୋଲି କହି ସେ ତାତ୍ସଲ୍ୟ କରିଛନ୍ତି। ଗୋଟିଏ ରାଜ୍ୟକୁ ଆସି ଦେଶର ପ୍ରଧାନମନ୍ତ୍ରୀ ଉକ୍ତ ରାଜ୍ୟର ସରକାରଙ୍କୁ ସମାଲୋଚନା କରିବା କ’ଣ ରୁଚିକର? ଭାରତୀୟ ପରମ୍ପରା ଓ ବିଧି ବ୍ୟବସ୍ଥାକୁ ସେ ମାନୁ ନାହାଁନ୍ତି ବୋଲି ଦାମ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ଯଦି କେନ୍ଦ୍ର ସରକାର ଅନୁଭବ କଲେ, ଗୋଟିଏ ରାଜ୍ୟ ସରକାର ଭୁଲ କରିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ସେ ଏହାର ସଂଶୋଧନ କରିପାରିଥାନ୍ତେ। ଏହା କ’ଣ ତାଙ୍କ ଦାୟିତ୍ୱ ନୁହେଁ ? ସବୁ ରାଜ୍ୟର ସମ-ବିକାଶ ତାଙ୍କ ଦାୟିତ୍ୱ। ମହାନଦୀ ପାଣିକୁ ନେଇ ଗୋଟେ ରାଜ୍ୟ ଯେତେବେଳେ ବିଦ୍ରୋହ କରୁଛି, ସେ ସମୟରେ ଶୁଖିଲା ନଦୀର ବାଲି ଉପରେ ସଭା କରି ରାଜ୍ୟ ସରକାରଙ୍କୁ ସମାଲୋଚନା କେତେ ରୁଚିକର ସେ ବୁଝିନାହାଁନ୍ତି।”
ସେ ଆହୁରି କହିଛନ୍ତି, “ମୋଦି କହିଲେ ମହାନଦୀର ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ତାଙ୍କର ଧାରଣା ନାହିଁ ହୀରାକୁଦ ତଳମୁଣ୍ଡରେ ବର୍ଷକୁ ୧୪୮୨ ମିମି ବର୍ଷା ହେଉଛି। ସେ ଜଳ ବ୍ୟବହାର ପାଇଁ ପ୍ରକଳ୍ପ କରିବାର ଆବଶ୍ୟକତା ଅଛି। ହେଲେ ରାଜ୍ୟ ସରକାରଙ୍କ ପାଖରେ ଏତେ ସମ୍ବଳ ନାହିଁ ସେଭଳି ପ୍ରକଳ୍ପ କରିବାକୁ। କେନ୍ଦ୍ର ସରକାର ଅନୁଦାନ ଦେବାରେ ଅବହେଳା କରୁଛନ୍ତି। ନରେନ୍ଦ୍ର ମୋଦି ଆସିବା ପରେ ବାର୍ଷିକ ୫୦୦୦ କୋଟି ଟଙ୍କାର ଅନୁଦାନ ବନ୍ଦ କରିଛନ୍ତି। ଏଭଳି ଆଚରଣ ଜଣେ ପ୍ରଧାନମନ୍ତ୍ରୀଙ୍କ ପକ୍ଷେ ଉଚିତ ନୁହେଁ।”
ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ଓଡ଼ିଶା ସରକାରଙ୍କୁ ନଜଣାଇ ଆଖିବୁଜା ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣ କରିଚାଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଖୋଲାଖୋଲି ଭାବେ ସମର୍ଥନ କରୁଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଏପରି କରିବା କଥା ନୁହେଁ ବୋଲି ଦାମ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବାକୁ ଯାଇ ନଥିଲେ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏହି ପ୍ରସଙ୍ଗରେ ମଧ୍ୟ ଦାମ, ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଯଦି ପ୍ରଧାନମନ୍ତ୍ରୀର ଚରିତ୍ର ପ୍ରକଟ କରୁଥାନ୍ତେ ତାଙ୍କୁ ସ୍ୱାଗତ କରିବାକୁ ନବୀନ ପଟ୍ଟନାୟକ ନିଶ୍ଚିତ ଯାଇଥାନ୍ତେ।”
ଅନ୍ୟପକ୍ଷରେ ଦାମଙ୍କ ଏପରି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ଦାମଙ୍କୁ ପାଗଳ କହିବାକୁ ପଛାଇ ନାହାଁନ୍ତି। ସେ କହିଛନ୍ତି, “ପାଗଳ କ’ଣ ବା ନ କହେ, ଛାଗଳ କ’ଣ ବା ନ ଖାଏ। ଲୋକ୍ରପ୍ରିୟ ନେତାଙ୍କୁ ଦାମ ବାବୁଙ୍କ ଠାରୁ ଚରିତ୍ର ପ୍ରମାଣପତ୍ର ଦରକାର ନାହିଁ। ଦାମ ବାବୁଙ୍କ ଚରିତ୍ର ଓଡ଼ିଶାବାସୀ ଜାଣନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଦାମ ବାବୁ ଯେକୌଣସି ସ୍ତରକୁ ଯାଇପାରନ୍ତି। ଚରିତ୍ର ବିଷୟରେ ଦାମ ବାବୁ କହିବା ଭଲ ଶୁଭୁ ନାହିଁ।”
ସାମଗ୍ରିକ ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ଅଢ଼େଇ ଗୁଣ ଅଧିକ ଅନୁଦାନ ଦେଛି ବୋଲି ସେ କହିଛନ୍ତି।
Ordigital Desk
• Published: Sunday, 27 May 2018
• Updated: 27 May 2018, 09:06 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos