ଜାଣିସିଆଣିଆ ଦାମ, କହିଲେ କିଛି ପରୱା ନାହିଁ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଶୁଣାଯାଇଛି କ’ଣ, ସତ ଶୁଣାଯାଇଛି । ମୁଁ ତ ଏଠି ଅଛି କ’ଣ କହିବି। ଯଦି ହେଇଛି ହେଇଛି, କିଛି ପରୱା ନାହିଁ।” ଏଭଳି ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିବା କୃଷିମନ୍ତ୍ରୀ ଦାମୋଦର ରାଉତ। ଶୁକ୍ରାବର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ଜାତିଭିତ୍ତିକ ମନ୍ତବ୍ୟକୁ ନେଇ ତାଙ୍କୁ ବହିଷ୍କାର କରାଗଲା ବୋଲି କହିଥିଲେ। ଏହି ସମୟରେ ରାଉତ ନିଜ ନିର୍ବାଚନମଣ୍ଡଳୀ ପାରାଦ୍ୱୀପର ଏକ ବିଦ୍ୟାଳୟ ଉତ୍ସବରେ ଅତିଥି ଭାବ ଯୋଗ ଦେଇଥିଲେ।  ବହିଷ୍କାର ଖବର ପ୍ରଚାର ହେବାରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ଭାରି ବେପରୱା ଢଙ୍ଗରେ ଦେଇଥିଲେ ଦାମବାବୁ।

 

ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ କହିଛନ୍ତି!

ପୁରୀ (ଓଡ଼ିଶା ରିପୋର୍ଟର): ବିଜେଡିର ତୁଣ୍ଡ ଦାମୋଦର ରାଉତ ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଆଜି ବିଦା କରିଛନ୍ତି। ଏହା ମୁକ୍ତିମଣ୍ଡପ ଓ ବ୍ରାହ୍ମଣ ସମାଜର ବିଜୟ। ଏହା କହିଛନ୍ତି ମୁକ୍ତିମଣ୍ଡପ ବ୍ରାହ୍ମଣ ସୂର୍ଯ୍ୟନାରାୟଣ ରଥ। ସେ କହିଛନ୍ତି, ବ୍ରହ୍ମଣଙ୍କ ପାଖରେ ବ୍ରହ୍ମତ୍ୱ ଅଛି। ବ୍ରାହ୍ମଣମାନେ ସମାଜରେ ନିଜ କର୍ତ୍ତବ୍ୟ ନିଷ୍ଠାର ସହ କରିଛନ୍ତି। ଏକଥା ଜଗନ୍ନାଥ ଜାଣିଛନ୍ତି। ବୋଧ ହୁଏ ଜଗନ୍ନାଥ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କହିଥିବେ-ଯଥାଶୀଘ୍ର ଦାମକୁ ବିଦାକର, ନ ହେଲେ ସୃଷ୍ଟି ବିନାସ ହୋଇଯିବ। ତୋ ଦଳ ରହିବନି, ସରକାର ରହିବନି। ମୁଖ୍ୟମନ୍ତ୍ରୀ ବିଳମ୍ୱରେ ହେଲେ ମଧ୍ୟ ଦାମବାବୁଙ୍କୁ ବିଦାକରି ବ୍ରାହ୍ମଣମାନଙ୍କୁ ଆଂଶିକଭାବେ ସନ୍ତୁଷ୍ଟ କରିଛନ୍ତି, ସମ୍ପୂର୍ଣ୍ଣ ଭାବେ ନୁହେଁ। ସେ କହିଛନ୍ତି-“ଦାମବାବୁ ବ୍ରାହ୍ମଣମାନଙ୍କୁ ଭିକାରିର ଆଖ୍ୟା ଦେଇଛନ୍ତି। ସେ ଜାଣିନାହାନ୍ତି ବ୍ରାହ୍ମଣମାନେ ହେଉଛନ୍ତି ୩୬ ପାଟକର ରାଜା। ତେଣୁ ଦାମବାବୁ ମୁକ୍ତିମଣ୍ଡପ ଆସି ପ୍ରାୟଶ୍ଚିତ କରନ୍ତୁ।

Previous ArticleNext Article

Send this to a friend