ସମ୍ବଲପୁରରେ କାୟା ମେଲାଉଛି ଜଣ୍ଡିସ,ରାସ୍ତାକଡ଼ରେ ବିକ୍ରି ହେଉଥିବା ଏହି ସବୁ ଖାଦ୍ୟ ଉପରେ ଲାଗିପାରେ କଟକଣା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ କାୟା ମେଲାଉଛି ଜଣ୍ଡିସ। ବର୍ତ୍ତମାନ ସୁଦ୍ଧା ସହରରେ ୫୦ରୁ ଅଧିକ ବ୍ୟକ୍ତି ଜଣ୍ଡିସ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ଜଣେ ପ୍ରାଣ ମଧ୍ୟ ହରାଇଛନ୍ତି।  ଜଣ୍ଡିସକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି।  ନିକଟରେ ବିଭିନ୍ନ ସ୍ଥାନରୁ ପିଏଚଡି ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପାଣିର ନମୁନା ଠିକ୍ ଥିବା ରିପୋର୍ଟରୁ ଜଣା ପଡ଼ିଥିଲା। ଏହାପରେ ବି ସହରରେ ଜଣ୍ଡିସ ଆକ୍ରାନ୍ତ ନ କମିବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ରାସ୍ତା କଡ଼ରେ ବିକ୍ରି ହେଉଥିବା ବିଭିନ୍ନ ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥରୁ ଜଣ୍ଡିସ ବ୍ୟାପୁ ଥାଇପାରେ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ବିଶେଷକରି ରାସ୍ତା କଡରେ ବିକ୍ରି ହେଉଥିବା ଗୁପଚୁପ୍, ଦହିବରା, ଆଖୁ ରସ ଏବଂ ଅସ୍ୱାସ୍ଥ୍ୟକର ପାଣିରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଇ ପାରେ ବୋଲି ସେ କହିଛନ୍ତି।

ସମ୍ବଲପୁରରେ ଜଣ୍ଡିସ ଆତଙ୍କୁ ଜିଲ୍ଲାପାଳ ଗୁରୁତର ସହ ନେଇଛନ୍ତି। ଜଣ୍ଡିସ ନିରାକରଣ ନେଇ ଜିଲ୍ଲାପାଳ ଜନସ୍ୱାସ୍ଥ୍ୟ ବିଭାଗ ଓ ମହାନଗର ନିଗମ ଅଧିକାରୀଙ୍କ ସହ ଏକ ଗୁରତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଦରକାର ପଡିଲେ ରାସ୍ତା କଡର ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ସେମାନଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Ordigital Desk
• Published: Friday, 06 April 2018
• Updated: 06 April 2018, 09:34 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ କାୟା ମେଲାଉଛି ଜଣ୍ଡିସ। ବର୍ତ୍ତମାନ ସୁଦ୍ଧା ସହରରେ ୫୦ରୁ ଅଧିକ ବ୍ୟକ୍ତି ଜଣ୍ଡିସ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ଜଣେ ପ୍ରାଣ ମଧ୍ୟ ହରାଇଛନ୍ତି।  ଜଣ୍ଡିସକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି।  ନିକଟରେ ବିଭିନ୍ନ ସ୍ଥାନରୁ ପିଏଚଡି ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପାଣିର ନମୁନା ଠିକ୍ ଥିବା ରିପୋର୍ଟରୁ ଜଣା ପଡ଼ିଥିଲା। ଏହାପରେ ବି ସହରରେ ଜଣ୍ଡିସ ଆକ୍ରାନ୍ତ ନ କମିବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ରାସ୍ତା କଡ଼ରେ ବିକ୍ରି ହେଉଥିବା ବିଭିନ୍ନ ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥରୁ ଜଣ୍ଡିସ ବ୍ୟାପୁ ଥାଇପାରେ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ବିଶେଷକରି ରାସ୍ତା କଡରେ ବିକ୍ରି ହେଉଥିବା ଗୁପଚୁପ୍, ଦହିବରା, ଆଖୁ ରସ ଏବଂ ଅସ୍ୱାସ୍ଥ୍ୟକର ପାଣିରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଇ ପାରେ ବୋଲି ସେ କହିଛନ୍ତି।

ସମ୍ବଲପୁରରେ ଜଣ୍ଡିସ ଆତଙ୍କୁ ଜିଲ୍ଲାପାଳ ଗୁରୁତର ସହ ନେଇଛନ୍ତି। ଜଣ୍ଡିସ ନିରାକରଣ ନେଇ ଜିଲ୍ଲାପାଳ ଜନସ୍ୱାସ୍ଥ୍ୟ ବିଭାଗ ଓ ମହାନଗର ନିଗମ ଅଧିକାରୀଙ୍କ ସହ ଏକ ଗୁରତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଦରକାର ପଡିଲେ ରାସ୍ତା କଡର ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ସେମାନଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos