ଶ୍ରୀମନ୍ଦିର ନୀତି: ଦୟଣା ଚୋରାଇବାକୁ ରାତିରେ ହୁଏ ଗୁପ୍ତ ଯାତ୍ରା

ପୁରୀ(ଓଡିଶା ରିପୋର୍ଟର): ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ ଶ୍ରୀମନ୍ଦିରରେ ‘ଦୟାଣା ଚୋରି’ ନୀତି  ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଏହି ପବିତ୍ର ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି। ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ପ୍ରତିମା ରାମ କୃଷ୍ଣ ନିଶଦ୍ଦ ରାତିରେ ଜଗନ୍ନାଥ ବଲ୍ଲଭ ମଠ ପରିସର ଉଦ୍ୟାନରୁ ପବିତ୍ର ଦୟଣା ବୃକ୍ଷ ଚୋରାଇ ଆଣି ଧାରଣ କରିଥାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ୧୨ଟି ପ୍ରମୁଖ ଯାତ୍ରା ବା ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ପ୍ରମୁଖ। ହେଲେ ଅଧିକାଂଶ ଲୋକ ଜାଣି ନ […]

4512

4512

Rakesh Mallick
  • Published: Friday, 30 March 2018
  • Updated: 30 March 2018, 08:18 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ ଶ୍ରୀମନ୍ଦିରରେ ‘ଦୟାଣା ଚୋରି’ ନୀତି  ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଏହି ପବିତ୍ର ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି। ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ପ୍ରତିମା ରାମ କୃଷ୍ଣ ନିଶଦ୍ଦ ରାତିରେ ଜଗନ୍ନାଥ ବଲ୍ଲଭ ମଠ ପରିସର ଉଦ୍ୟାନରୁ ପବିତ୍ର ଦୟଣା ବୃକ୍ଷ ଚୋରାଇ ଆଣି ଧାରଣ କରିଥାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ୧୨ଟି ପ୍ରମୁଖ ଯାତ୍ରା ବା ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ପ୍ରମୁଖ। ହେଲେ ଅଧିକାଂଶ ଲୋକ ଜାଣି ନ ଥାନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଅନ୍ୟନୀତିଠାରୁ ଏହାର ନାମକରଣ ଏଭଳି ଭିନ୍ନ କାହିଁକି  ଓ କାହିଁକି ମହାପ୍ରଭୁ ଏହି ଛୋଟିଆ ଗଛଟିକୁ ଚୋରି କରିଥାନ୍ତି।

ତା ହେଲେ ପଢନ୍ତୁ କାହିଁକି ମହାପ୍ରଭୁ ଦୟଣା ଚୋରି କରନ୍ତି। ଦମନକ ଯାତ୍ରା ସମ୍ପର୍କରେ ପୁରାଣରେ ବର୍ଣ୍ଣିନା ଅଛି ଯେ , ପୂର୍ବେ ଦମନକ ନାମରେ ଗୋଟିଏ ଅସୁର ଥିଲା। ସେ ସମୁଦ୍ର ଜଳରେ ବାସ କରୁଥିଲା।  ଦୈତ୍ୟର ଅତ୍ୟାଚାର ବଢିବାରୁ ପୃଥିବୀକୁ ଏହାର ଦାଉରୁ ରକ୍ଷା କରିବାକୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭଗବାନ ମୀନ ଅବତାର ଧାରଣ କରି ସମୁଦ୍ର ମଧ୍ୟରେ ପ୍ରବେଶ କରି ସେହି ଅସୁରକୁ ବଧ କରିଥିଲେ। ଉକ୍ତ ଦିନ ଚୈତ୍ର ଶୁକ୍ଳ ଚତୁର୍ଦଶୀ ଥିଲା। ହେଲେ ମୃତ୍ୟୁ ପରେ ଉକ୍ତ ଦାନବର ଦେହ ଭୂମିରେ ପଡି ଏକ ସୁଗନ୍ଧିତ ତୃଣରେ ପରିଣତ ହୋଇଥିଲା। ଏହା ଦେଖି ଭଗବାନ ଚକିତ ହେଲେ। ଏହି ସୁଗନ୍ଧିତ ତୃଣ ଦୟାଣାର ସୁଗନ୍ଧରେ ତୃପ୍ତ ହୋଇ ତାକୁ ନିଜର ବନମାଳାରେ ସ୍ଥାନ ଦେଇ ନିଜ ଗଳାରେ ଧାରଣ କରିଥିଲେ।

ଏହି ସ୍ମୃତିକୁ ମନେ ରଖିବାକୁ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ପାଳିତ ହୁଏ। ଏହି ପବିତ୍ର ତୃଣକୁ ଦୟଣା ବା ଦଅଣା କୁହାଯାଏ। ଏହା ଏକ ଔଷଧୀୟ ତୃଣ। ଇଂରାଜୀରେ ଏହାକୁ Artemisia nilagirica ବୋଲି କୁହାଯାଏ। ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ  ଦୟଣା ଚୋରି ନିମନ୍ତେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ଶ୍ରୀ ରାମକୃଷ୍ଣ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରି ଦୟାଣା ଚୋରି କରିଥାନ୍ତି। ପରଦିନ ଏହାକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଲାଗି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story