ପୁଣି ଶବକୁ ଅସମ୍ମାନ: ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ଶବ

ବାରିପଦା: ପୁଣି ଶବକୁ ଅସମ୍ମାନ। ମୃତ୍ୟୁ ପରେ ୭୦ ବର୍ଷର ବୃଦ୍ଧାଙ୍କ ଶବକୁ ଟ୍ରଲିରେ ବୁହା ହେଲା।  ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ। ଶନିବାର   ସାରୁଗୁଳା ଗାଁର ନାଗୀ ମାର୍ଣ୍ଣି ଅସୁସ୍ଥ ହେବାରୁ ପରିବାର ଲୋକ ଡାକ୍ତରଖାନାକୁ ଆଣିଥିଲେ ।

ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ୍ୟୁ ପରେ ସଂପର୍କୀୟ କାହାରିକୁ ନ ଜଣାଇ ମୃତ ଶରୀରକୁ ଟ୍ରଲିରେ ଘରକୁ ନେଇଥିବା ଜଣାପଡ଼ିଛି।

Previous ArticleNext Article

Send this to a friend