ବୋରିପୁଟ ଷ୍ଟୋନ ଟ୍ରାଜେଡି ଘଟଣା: ଡେଡ୍‌ବଡିକୁ ନେଇ ଡିଲ୍‌, ମିଡିଆକୁ ଦେଖି ଖସିଗଲେ  

ଜୟପୁର(ଟି. ଗୌରୀଶଙ୍କର):ଡେଡ୍‌ ବଡିକୁ ନେଇ ଡିଲ୍‌। ବୋରିପୁଟ ଷ୍ଟୋନ ଟ୍ରାଜେଡିର ୧୪ ଦିନ ପରେ ଜଣକର ମୃତଦେହ ଉଦ୍ଧାର କରାଯାଇ ଥିବା ବେଳେ କ୍ଷତିପୂରଣକୁ ନେଇ ଚାଲିଥିଲା ମୂଲଚାଲ। ଘନଶ୍ୟାମଙ୍କ ଶବ ଯାଉଥିବା ମହାପ୍ରୟାଣ ଗାଡ଼ିକୁ ଅଟକାଇ ହେଉଥିଲା ମୂଲଚାଲ। ସଂପୃକ୍ତ ଠିକା ସଂସ୍ଥା, ପ୍ରଶାସନ ଅଧିକାରୀ ମୂଲଚାଲ କରୁଥିବା ବେଳେ ମିଡିଆକୁ ଦେଖି ମୂଲଚାଲ କରୁଥିବା ଲୋକ ଖସି ଯାଇଥିବା ସୂଚନା ମିଳିଛି। ମୃତ ଘନଶ୍ୟାମ ଶବ ଯାଉଥିବା ମହାପ୍ରୟାଣ ଗାଡ଼ିକୁ ଅଟକାଇ ଏହି ଡିଲ୍‌ ହେଉଥିଲା। ତେବେ ଏହି ଘଟଣାରେ କୋରାପୁଟ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରତିକ୍ରିୟା ରଖିଛନ୍ତି।

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଦିଆଯାଇଛି। ମୂଲଚାଲ କଥା ଦୃଷ୍ଟିକୁ ଆସିନି। ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ବୋରିପୁଟ ଷ୍ଟୋନ ଟ୍ରାଜେଡିର୧୪ ଦିନ ପରେ ଘନଶ୍ୟାମଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଘନଶ୍ୟାମଙ୍କ ମୃତ ଦେହକୁ ଚିହ୍ନଟ କରିଛନ୍ତି ତାଙ୍କ ପରିବାର ଲୋକେ। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି।

ପରିବାର ଲୋକେ ମଧ୍ୟ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିଲେ। ଅନ୍ୟ କାହାରିଙ୍କୁ ସେଠାକୁ ଛଡା ଯାଇ ନଥିଲା। ପଥର ତଳେ ଏବେ ବି ଜଣେ ଫସି ରହିଛନ୍ତି। ସେ ହେଲେ ସଂଜୟ ଦାସ। ତାଙ୍କୁ ଉଦ୍ଧାର କରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି।

Previous ArticleNext Article

Leave a Reply

Send this to a friend