ମାଈ ହାତୀ ଓ ଛୁଆର ଗଳିତ ମୃତଦେହ ଉଦ୍ଧାର

nn

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପରଜଙ୍ଗ ଚାନ୍ଦପୁର ରଘୁଆବୋଲ ଗାଁ ନିକଟରୁ ୨ ହାତୀଙ୍କ ମୃତଦେହ ଠାବ କରାଯାଇଛି। ତେବେ କେଉଁ କାରଣରୁ ହାତୀ ଦୁଇଟିର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ହୋଇନି।  ଉଭୟ ମାଆ ଓ ଛୁଆ ବୋଲି ଅନୁମାନ କରାଯାଉଛି। ଆଜି ସକାଳେ ରଘୁଆବୋଲ ଗାଁ ପାଖ ଜଙ୍ଗଲରେ ଏହି ଦୁଇ ହାତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।  ଖବରପାଇ ଘଟଣାସ୍ଥଳରେ ଡିଏଫଓ  ଓ ପଶୁ ଚିକିତ୍ସା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ତେବେ ୫ ଦିନ ପୂର୍ବରୁ ହାତୀ ଦୁହିଁଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି।

Previous ArticleNext Article

Send this to a friend