ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଖରସ୍ରୋତା ନଦୀରୁ ମିଳିଲା ମୃତଦେହ

ପଟ୍ଟାମୁଣ୍ଡାଇ(ଓଡିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଚନ୍ଦନନଗର ପଞ୍ଚାୟତର ବନ୍ତୋପାଟଣାର ଗାଁରେ ଜଣେ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ନିରଞ୍ଜନ ବେହେରାଙ୍କ ଝିଅ ନିହାରିକାଙ୍କ ମୃତଦେହ ଏକମାଣିଆ ଗାଁ ନିକଟ ଖରସ୍ରୋତା ନଦୀରୁ ରବିବାର ଉଦ୍ଧାର କରାଯାଇଛି । ନିହାରିକା ଗତ ୯ ତାରିଖରୁ ନିଖୋଜ ଥିଲେ।  ରାଜକନିକା ବ୍ଲକ ଓଳାଭର କଲେଜରେ ସେ +୩ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ୯ ତାରିଖ ଦିନ କଲେଜ ଯାଇ ସେ ଆଉ ଫେରି ନ ଥିଲେ । ଏ ନେଇ ନିହାରିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।

Previous ArticleNext Article

Send this to a friend