ନବମୀ ଓ ଦଶମୀ ତିଥିରେ ପାଇବାକୁ ଚାହୁଁଛନ୍ତି ଶୁଭଫଳ ? ଦୁଆରବନ୍ଧରେ ରଖନ୍ତୁ ଏଇସବୁ ଜିନିଷ

ଆଜି ନବମୀ ତିଥି। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିନ। ଆଜି ମାଆ ଦୁର୍ଗାଙ୍କୁ ଖୁସି କରିବାକୁ ସମସ୍ତେ ଚାହାଁନ୍ତି। ପଣ୍ଡିତମାନଙ୍କ କହିବା କଥା ଆଜି ମାଆଙ୍କୁ ଖୁସି କଲେ ବିଶେଷ ଆଶିର୍ବାଦ ମିଳିଥାଏ। ଏଥିପାଇଁ କିଛି ଉପାୟ ମଧ୍ୟ ଶାସ୍ତ୍ରବିତମାନେ ବତେଇ ଦେଇଛନ୍ତି। ଘରର ମୁଖ୍ୟଦ୍ବାର ସଫା ରଖିବା ସହ ଲିପାପୋଛା କଲେ ମାଆ ଖୁସି ହୁଅନ୍ତି ବୋଲି ସେମାନଙ୍କ ମତ। ତା ସହିତ ମୁଖ୍ୟ ଦ୍ୱାର ଓ କବାଟକୁ ମଧ୍ୟ ସଜେଇବାକୁ ବିଧି ରହିଛି। ବାସ୍ତୁବିଦ୍ୟା […]

door

door

Ordigital Desk
  • Published: Friday, 29 September 2017
  • Updated: 29 September 2017, 02:27 PM IST

Sports

Latest News

ଆଜି ନବମୀ ତିଥି। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିନ। ଆଜି ମାଆ ଦୁର୍ଗାଙ୍କୁ ଖୁସି କରିବାକୁ ସମସ୍ତେ ଚାହାଁନ୍ତି। ପଣ୍ଡିତମାନଙ୍କ କହିବା କଥା ଆଜି ମାଆଙ୍କୁ ଖୁସି କଲେ ବିଶେଷ ଆଶିର୍ବାଦ ମିଳିଥାଏ। ଏଥିପାଇଁ କିଛି ଉପାୟ ମଧ୍ୟ ଶାସ୍ତ୍ରବିତମାନେ ବତେଇ ଦେଇଛନ୍ତି। ଘରର ମୁଖ୍ୟଦ୍ବାର ସଫା ରଖିବା ସହ ଲିପାପୋଛା କଲେ ମାଆ ଖୁସି ହୁଅନ୍ତି ବୋଲି ସେମାନଙ୍କ ମତ। ତା ସହିତ ମୁଖ୍ୟ ଦ୍ୱାର ଓ କବାଟକୁ ମଧ୍ୟ ସଜେଇବାକୁ ବିଧି ରହିଛି। ବାସ୍ତୁବିଦ୍ୟା କହୁଛି, ଏହା ଖୁବ୍ ଶୁଭ ଓ ଗୃହରେ ଶକ୍ତି ପ୍ରବେଶ ପାଇଁ ସହାୟକ ହୋଇଥାଏ। ଏବେ ଜାଣନ୍ତୁ, ଆପଣ ନିଜ ଘରର ମୁଖ୍ୟ ଦ୍ୱାର ପାଖରେ କେଉଁ ସବୁ ଜିନିଷ ରଖିଲେ ଏବଂ କେମିତି ସାଜସଜ୍ଜା କଲେ ମାଆଙ୍କର ଆଗମନ ହୋଇଥାଏ ବୋଲି ଶାସ୍ତ୍ରଜ୍ଞମାନେ କହନ୍ତି। ଏହା ମଧ୍ୟ ଘରକୁ ସୁଖ ସମୃଦ୍ଧି ଆସିବାରେ ସାହାଯ୍ୟ କରିଥାଏ।
୧. ବିଶେଷକରି ନବମୀ ତିଥି ମାଆ ବା ଦେବୀଶକ୍ତିଙ୍କ ଦିନ। ଏହି ସମୟରେ ଠିକ୍ ଉପାୟରେ ଆରାଧନା କଲେ ମାଆଙ୍କୁ ପାଇବା ସହଜ ହୋଇଥାଏ ବୋଲି ପଣ୍ଡିତମାନେ କହନ୍ତି। ନବମୀ ତିଥିରେ ଆପଣ ନିଜ ଘରର ମୁଖ୍ୟଦ୍ୱାର ନିକଟରେ ମାଆ ଲକ୍ଷ୍ମୀଙ୍କର ପାଦଚିହ୍ନ ସ୍ଥାପନ କରନ୍ତୁ। କୌଣସି ପ୍ରକାର ରଙ୍ଗରେ ବା ଚିତାରେ ମାଆଙ୍କ ପାଦ ଆଙ୍କି ପାରିବେ। ଏପରିକି ବଜାରରେ କିଛି ବିଶେଷ ଷ୍ଟିକର ମଧ୍ୟ ମିଳିଥାଏ। କିନ୍ତୁ ତା ଅପେକ୍ଷା ଭଲ ମୁରୁଜ କିମ୍ବା ଚିତାରେ ମାଆ ଲକ୍ଷ୍ମୀଙ୍କର ପାଦଚିହ୍ନ ଆଙ୍କି ପାରିବେ। ତେବେ ମନେ ରଖିଥିବେ, ମାଆ ଲକ୍ଷ୍ମୀଙ୍କ ପାଦର ଦିଗ ଘର ଭିତରକୁ ହିଁ ହେବା ଜରୁରି।
୨. ପଣ୍ଡିତମାନେ କହୁଛନ୍ତି, ନବମୀ ତିଥିରେ ଏକ କାଚ ବାଉଲ ବା ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ କିଛି ଲାଲ୍ ରଙ୍ଗର ଫୁଲ ସଜେଇ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ନିକଟରେ ରଖନ୍ତୁ। ଏହା ଆପଣଙ୍କର ପାଇଁ ଶୁଭ ଫଳ ଦେବ। ଏହି ସମାନ କଥା ବାସ୍ତୁଶାସ୍ତ୍ରରେ ମଧ୍ୟ କୁହାଯାଇଛି।
୩. ନବମୀ ତିଥିରେ ପରିବେଶରେ ଶକ୍ତିଙ୍କର ପ୍ରଭାବ ଅଧିକ ଥାଏ। କିଛି ନକାରାତ୍ମକ ଶକ୍ତି ବି ଗୃହରେ ପ୍ରବେଶ କରିଥାନ୍ତି। ଏହାର ପ୍ରତିକାରାତ୍ମକ ପନ୍ଥା ଅବଲମ୍ବନ କରିବା ଜରୁରି। ବାସ୍ତୁ କହୁଛି, ନବମୀ ବା ଦଶମୀ ତିଥିରେ ଘରର ଦ୍ୱାରବନ୍ଧକୁ ବିଭିନ୍ନ ରଙ୍ଗୀନ ଜିନିଷରେ ସଜାନ୍ତୁ। ବିଶେଷକରି ମୁଖ୍ୟଦ୍ୱାରରେ ରଙ୍ଗୀନ କାଗଜ ବା କପଡ଼ାରେ ସଜେଇ ପାରିବେ। ନହେଲେ ଆପଣ ଅଶ୍ୱଥ ଗଛର ପତ୍ର ଓ ଡାଳ କିମ୍ବା ଅଶୋକ ଗଛର ଡାଳରେ ଘରର ଦ୍ୱାରବନ୍ଧ ସଜେଇ ପାରିବେ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଗୃହରେ ପ୍ରବେଶ କରିପାରି ନଥାଏ ବୋଲି ବିଶ୍ୱାସ ରହିଛି।
ତେବେ ଏ ସଂପର୍କରେ ଅଧିକ ଜାଣିବାକୁ ଆପଣ କୌଣସି ଶାସ୍ତ୍ରବିତ୍ କିମ୍ବା ବାସ୍ତୁବିତଙ୍କ ସହ ଯୋଗାଯୋଗ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos