ପାଣି ପିଇବାକୁ ଆସିଥିଲା, ଗାଁ ଲୋକେ ଧରି ପକାଇଲେ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି। ପ୍ରବଳ ଖରା ଯୋଗୁଁ ଶୁଖି ଯାଇଛି ଜଳ ଉତ୍ସ। ସେଥିପାଇଁ ବଣ୍ୟ ଯନ୍ତୁମାନେ ପାଣି ପିଇବାକୁ ଜଙ୍ଗଲ ପାଶ୍ୱବର୍ତ୍ତୀ ଗାଁକୁ ଚାଲି ଆସୁଛନ୍ତି। ଆଜି ଏମିତି କିଛି ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା କୃଷ୍ଣସରଣପୁର ଗାଁରେ। ଗୋଟିଏ ହରିଣ ପାଣି ପିଇବାକୁ ଆସିଥିବା ବେଳେ ଗାଁ ଲୋକେ ଧରି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ଗାଁରେ ପହଞ୍ଚି ହରିଣକୁ ଉଦ୍ଧାର ରେଞ୍ଜ ଅଫିସ୍‌କୁ ଆସିଥିଲେ। ହରିଣର ଗୋଡ଼ରେ ଆଘାତ ଲାଗିଥିବାରୁ ସାମାନ୍ୟ ଚିକିତ୍ସା କରାଯାଇ ବ୍ରହ୍ମଗିରି ଫରେଷ୍ଟ ରେଞ୍ଜରେ ଛଡ଼ା ଯିବାକୁ ସ୍ଥିର ହୋଇଛି।

 

Previous ArticleNext Article

Send this to a friend