ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ଗିରଫ ଘଟଣା: ଚିତ୍ରା ଆଥୱାନୀଙ୍କୁ ଜେରା କରିବାକୁ ବିହାର ଯିବ ୨ ଜଣିଆ ପୋଲିସ ଟିମ୍  

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ ଆୟାର ଗିରଫ ଘଟଣାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ଜେରା କରିବା ପାଇଁ ବିହାର ଯିବ କମିଶନରେଟ୍ ପୋଲିସର ଦୁଇ ଜଣିଆ ଟିମ୍। ଏହି ଟିମରେ ଜଣେ ଇନ୍ସପେକ୍ଟର ଓ ତଦନ୍ତକାରୀ ଅଫିସର ରହିବେ ବୋଲି ପୋଲିସ କମିଶନର ରାଜେନ୍ଦ୍ର ଶର୍ମା ଆଜି ସୂଚନା ଦେଇଛନ୍ତି। ଚିତ୍ରା ଆଥୱାନୀକୁ ଜେରା କରିବା ପାଇଁ କମିଶନରେଟ୍ ପୋଲିସ ଥରେ ନୁହେଁ ଦୁଇ ଥର ସମନ ଜାରି କରିଥିଲା। ଏହା ସତ୍ତ୍ୱେ […]

athawani1

athawani1

Rakesh Mallick
  • Published: Monday, 20 July 2015
  • Updated: 20 July 2015, 09:25 AM IST

Sports

Latest News

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ ଆୟାର ଗିରଫ ଘଟଣାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ଜେରା କରିବା ପାଇଁ ବିହାର ଯିବ କମିଶନରେଟ୍ ପୋଲିସର ଦୁଇ ଜଣିଆ ଟିମ୍। ଏହି ଟିମରେ ଜଣେ ଇନ୍ସପେକ୍ଟର ଓ ତଦନ୍ତକାରୀ ଅଫିସର ରହିବେ ବୋଲି ପୋଲିସ କମିଶନର ରାଜେନ୍ଦ୍ର ଶର୍ମା ଆଜି ସୂଚନା ଦେଇଛନ୍ତି।

ଚିତ୍ରା ଆଥୱାନୀକୁ ଜେରା କରିବା ପାଇଁ କମିଶନରେଟ୍ ପୋଲିସ ଥରେ ନୁହେଁ ଦୁଇ ଥର ସମନ ଜାରି କରିଥିଲା। ଏହା ସତ୍ତ୍ୱେ କମିଶନରେଟ ପୋଲିସ ପାଖରେ ହାଜର ହୋଇନଥିବା ଚିତ୍ର। ନୟାପଲ୍ଲୀ  ଥାନାକୁ ଏକ ଚିଠି ପଠାଇଥିଲେ। ଏଥିରେ ଚିତ୍ରା ଲେଖିଥିଲେ ଯେ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେ ସମନ ଅନୁସାରେ ଠିକ୍ ସମୟରେ ଥାନାରେ ହାଜର ହୋଇପାରିବେ ନାହିଁ। ଏହି ଚିଠି ସହିତ ସେ ଏକ ମେଡିକାଲ ରିର୍ପୋଟ ମଧ୍ୟ ପଠାଇଥିଲେ। ଏହି ରିପୋର୍ଟ ମୁତାବକ ଚିତ୍ରା ଘରେ ପଡି ଆହତ ହୋଇଛନ୍ତି। ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି।

ବ୍ୟାଙ୍କ ଋଣ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ଆୟାର ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟରେ ରହୁଥିଲେ। ସେ ଯେଉଁ ରୁମରେ ରହୁଥିଲେ ତାହା ଚିତ୍ରାଙ୍କ ନାଁରେ ବୁକ୍ ହୋଇଥିଲା। ଚିତ୍ରା ହେଉଛନ୍ତି ତାଙ୍କର ବାନ୍ଧବୀ। ସେ ବିହାରର ଦରଭଙ୍ଗାର ବାସିନ୍ଦା। ଏହି ମାମଲାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ପ୍ରଥମେ ଜୁନ୍ ୧୬ ତାରିଖରେ ଚିତ୍ରାଙ୍କୁ ସମନ ଜାରି କରାଯାଇଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ଏହା ପରେ ଜୁଲାଇ ୧ ତାରିଖରେ ପୁଣି ଥରେ ତାଙ୍କୁ ସମନ ଜାରି କରିଥିଲା କମିଶନରେଟ୍ ପୋଲିସ୍। ୧୪ ଦିନ ମଧ୍ୟରେ ହାଜର ହେବାକୁ ଏଥିରେ କୁହାଯାଇଥିଲା। ବିହାରର ଦରଭଙ୍ଗାସ୍ଥିତ ତାଙ୍କ ଠିକଣାରେ ଏହି ଦୁଇଟି ଯାକ ସମନ ପଠାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos