ଦିଲ୍ଲୀରୁ ଫେରିଲେ ୨ କଂଗ୍ରେସ ବିଧାୟକ; କହିଲେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ ସୌଜନ୍ୟମୂଳକ ଥିଲା

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଦଳର ୧୨ ବିଧାୟକଙ୍କ ମଧ୍ୟରୁ ବୁଧବାର ୨ ଜଣ ଭୁବନେଶ୍ୱର ଫେରି ଆସିଛନ୍ତି। ସେମାନେ ହେଲେ ପ୍ରଫୁଲ ମାଝୀ ଓ କୃଷ୍ଣ ସଗରିଆ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଫୁଲ ମାଝୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଦଳର ହାଇକମାଣ୍ଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ପାଇଁ ସେମାନେ ଦିଲ୍ଲୀ ଯାଇଥିଲେ। କାହାରିକୁ ପଦରୁ ହଟାଇବା ନେଇ ସେମାନେ ଦଳର ହାଇକମାଣ୍ଡଙ୍କୁ […]

prafulamajhi

prafulamajhi

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 12:51 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଦଳର ୧୨ ବିଧାୟକଙ୍କ ମଧ୍ୟରୁ ବୁଧବାର ୨ ଜଣ prafulaଭୁବନେଶ୍ୱର ଫେରି ଆସିଛନ୍ତି। ସେମାନେ ହେଲେ ପ୍ରଫୁଲ ମାଝୀ ଓ କୃଷ୍ଣ ସଗରିଆ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଫୁଲ ମାଝୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଦଳର ହାଇକମାଣ୍ଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ପାଇଁ ସେମାନେ ଦିଲ୍ଲୀ ଯାଇଥିଲେ। କାହାରିକୁ ପଦରୁ ହଟାଇବା ନେଇ ସେମାନେ ଦଳର ହାଇକମାଣ୍ଡଙ୍କୁ ସାକ୍ଷାତ କରି ନଥିଲେ।

ଏକ ସଙ୍ଗେ ୧୨ ଜଣ ବିଧାୟକ ଯିବାର ଆବଶ୍ୟକତା କ’ଣ ଥିଲା ବୋଲି ପଚରାଯିବାରେ ସେ କହିଥିଲେ ଯେ ଏଥିରେ କୌଣସି ଅସୁବିଧା ନାହିଁ। ବିଧାୟକମାନେ ଏକା ସାଙ୍ଗରେ ଯାଇ ଦଳୀୟ ହାଇକମାଣ୍ଡକୁ ଦେଖା କରିବାରେ କିଛି ସମସ୍ୟା ନାହିଁ କିମ୍ବା ଏଥିରେ କୌଣସି ଅସଙ୍ଗତି ନାହିଁ।

ସେହିପରି ବିରୋଧୀ ଦଳ ନେତାଙ୍କୁ ନଜଣାଇ ଏତେ ସଂଖ୍ୟକ ବିଧାୟକ ଦଳୀୟ ହାଇମାଣ୍ଡଙ୍କୁ ସାକ୍ଷାତ କରିବା ଠିକ୍ ବୋଲି ପ୍ରଶ୍ନ କରାଯିବାରେ ସେ କହିଥିଲେ ଯେ ଦିଲ୍ଲୀରେ ଦଳର ନେତା ରୁହନ୍ତି। ତାଙ୍କୁ ଦେଖା କରିବା ପାଇଁ କାହାରି ଅନୁମତି ଆବଶ୍ୟକତା ନାହିଁ। ତା’ପରେ ଆମର ଏହି ସାକ୍ଷାତ ପଛରେ କୌଣସି ଏଜେଣ୍ଡା ନଥିଲା। ଏଜେଣ୍ଡା ଥିଲେ ବିରୋଧୀ ଦଳ ନେତାଙ୍କୁ ଜଣାଇ ଯାଇଥାଆନ୍ତୁ।

krushnasagariaହାଇକମାଣ୍ଡଙ୍କୁ ସାକ୍ଷାତ କରି ଫେରି ଆସିଥିବା ଅନ୍ୟତମ କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ କହିଛନ୍ତି ଯେ ସବୁ ବିଧାୟକ ଅଲଗା ଅଲଗା କାମରେ ଦିଲ୍ଲୀ ଯାଇଥିଲେ। ସଂଯୋଗ ବଶତଃ ସଂସଦର ସମସ୍ତେ ଏକାଠି ହୋଇଗଲେ। ତେବେ ହାଇକମାଣ୍ଡଙ୍କୁ ଦଳୀୟ ବିଧାୟକମାନେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ପଛରେ କୌଣସି ରାଜନୈତିକ ଏଜେଣ୍ଡା ନଥିଲା।

ଅନ୍ୟପକ୍ଷରେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ଏହି ୧୨ ବିଧାୟକ ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟରେ ଫେରାଦ ହୋଇଥିଲେ ବୋଲି କୁହାଯାଉଛି। ସେମାନେ ଏହି ଉଦ୍ଦେଶ୍ୟରେ ଦିଲ୍ଲୀ ଯାଇଥିବା ଶୁଣାଯାଉଛି ବୋଲି ଗତକାଲି ଦଳର ଅନ୍ୟତମ ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ତାରା ବାହିନୀପତି କହିଥିଲେ ଯେ କଂଗ୍ରେସକର୍ମୀଙ୍କ ମନୋବଳ ଭାଙ୍ଗିବାକୁ ପ୍ରୟାସ କରାଯାଉଛି।

ତେବେ ସୋନିଆ ଓ ରାହୁଲଙ୍କ ଭେଟିବା ପରେ ବିଧାୟକ ନବ ଦାସ କହିଥିଲେ ଯେ କାହାରି ବିରୋଧରେ ଫେରାଦ କରିବାକୁ ସେମାନେ ଆସି ନଥିଲେ। ଲୁଲୁ ମହାପାତ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କର ନିଜସ୍ୱ। ଏହା ଉପରେ ଆମେ କୌଣସି ଟିପ୍ପଣୀ କରିବାକୁ ଚାହୁଁନାହୁଁ। ଏହା ସଂପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାହୁଲଙ୍କ ଓଡ଼ିଶା ଗସ୍ତ ସଂପର୍କରେ ଆଲୋଚନା କରାଯାଇଥିଲା। ଓଡ଼ିଶା ଫେରିବା ପରେ ପିସିସି ସଭାପତିଙ୍କ ସହିତ ଏ ବିଷୟରେ ଆଲୋଚନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos