୯ ଅଙ୍କ ଦୁର୍ଭିକ୍ଷରେ ଶତାଧିକ ଜୀବନ ବଞ୍ଚାଇଥିବା ‘କରଙ୍ଗାକଟା’ ଏବେ ବଞ୍ଚିବାକୁ କରୁଛି ସଂଘର୍ଷ, ପଢନ୍ତୁ ପୂରା କାହାଣୀ

ବଲାଙ୍ଗିର,(ଘଟେଶ୍ୱର): ଦିନେ ସେ ଦେବଦୂତ ସାଜି ଶହ ଶହ ଜୀବନ ବଞ୍ଚାଇଥିଲା। ୯ ଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ ମୁହଁରେ ପାଣି ଦେଇ ମରଣ ମୁହଁରୁ ରକ୍ଷା କରିଥିଲା ସେ । ହେଲେ ସେଦିନ ମୃତ୍ୟୁମୁଖରୁ ଶହ ଶହ ଜୀବନ ରକ୍ଷା କରିଥିବା ସେହି ଐତିହାସିକ ପୋଖରୀ ଆଜି ନିଜ ଜୀବନ ପାଇଁ କରୁଛି ସଂଘର୍ଷ।  ବର୍ଷ ବର୍ଷ ଧରି ଜବରଦଖଲରେ ଶିକାର ହୋଇଥିବା ଏହି ପୋଖରୀ ଏବେ ତା’ର ସତ୍ତା ହରାଇବାକୁ ବସିଛି। ବଲାଙ୍ଗିର ସହରର […]

vlcsnap-2018-05-16-16h33m17s236 copy

vlcsnap-2018-05-16-16h33m17s236 copy

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 05:21 PM IST

Sports

Latest News

ବଲାଙ୍ଗିର,(ଘଟେଶ୍ୱର): ଦିନେ ସେ ଦେବଦୂତ ସାଜି ଶହ ଶହ ଜୀବନ ବଞ୍ଚାଇଥିଲା। ୯ ଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ ମୁହଁରେ ପାଣି ଦେଇ ମରଣ ମୁହଁରୁ ରକ୍ଷା କରିଥିଲା ସେ । ହେଲେ ସେଦିନ ମୃତ୍ୟୁମୁଖରୁ ଶହ ଶହ ଜୀବନ ରକ୍ଷା କରିଥିବା ସେହି ଐତିହାସିକ ପୋଖରୀ ଆଜି ନିଜ ଜୀବନ ପାଇଁ କରୁଛି ସଂଘର୍ଷ।  ବର୍ଷ ବର୍ଷ ଧରି ଜବରଦଖଲରେ ଶିକାର ହୋଇଥିବା ଏହି ପୋଖରୀ ଏବେ ତା’ର ସତ୍ତା ହରାଇବାକୁ ବସିଛି।

ବଲାଙ୍ଗିର ସହରର ଐତିହାସିକ ପୋଖରୀ କରଙ୍ଗାକଟା। ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ଏହି ପୋଖରୀର ପାଣି ଶୁଖିନଥିଲା। ସହରର ମଧ୍ୟ ଭାଗରେ ଥିବା ଏହି ପୋଖରୀ ଉପରେ ବ୍ରାହ୍ମଣପଡା, ଗାନ୍ଧିନଗର ପଡା, ବରପାଲି ପଡା, ତାଲପାଲି ପଡା, ରାଧାରାଣି ପଡା ଭଳି ସହରର ୧୫ ଟି ପଡାର ହଜାର ହଜାର ଲୋକ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏବେ ପୋଖରୀ ଶୁଖିଲା ପଡିଛି। କାଁ ଭାଁ କେଉଁଠି କେମିତି ପାଣି ଟୋପାଏ ରହିଛି। ଖରା ମାସ ଆରମ୍ଭରୁ ହିଁ ପୋଖରୀର ପାଣି ଶୁଖିଯାଇ ମାଟି ଫାଟି ଆଁ କରୁଛି।

ଦିନଥିଲା ଏହି ପୋଖରୀର ପାଣିକୁ ଲୋକେ ପିଇବା, ଗାଧୋଇବା ସହିତ ବିଭିନ୍ନ କାମରେ ଲଗାଉଥିଲେ। ଧୀରେ ଧୀରେ ଜବରଦଖଲ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ଐତିହାସିକ ପୋଖରୀ ନିଜର ସତ୍ତା ହରାଇବାରେ ଲାଗିଛି।୩୦ ଏକର ଜମିରେ କରଙ୍ଗାକଟା ଥିବା ବେଳେ ଜବରଦଖଲ ଯୋଗୁଁ ଏହା  ସଂକୁଚିତ ହୋଇ ୧୯ ଏକରରେ ପହଞ୍ଚିଯାଇଛି।  ପୂର୍ବରୁ କରଙ୍ଗାକଟାକୁ ବର୍ଷା ଜଳ ପ୍ରବେଶ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା। କିନ୍ତୁ ଜବରଦଖଲକାରୀମାନେ ତା’ ଉପରେ ଘର କରିଦେବାରୁ ବର୍ଷା ପାଣି ପ୍ରବେଶ କରିପାରୁନାହିଁ।

କରଙ୍ଗାକଟାକୁ ରକ୍ଷା କରିବା ପାଇଁ ଗତ ଦୁଇବର୍ଷ ତଳେ ଗଠନ କରାଯାଇଥିଲା କରଙ୍ଗାକଟା ବଚାଓ ଅଭିଯାନ କମିଟି।  କମିଟି ଦ୍ୱାରା ବିଭିନ୍ନ ଉପାୟରେ ଆନ୍ଦୋଳନ କରାଯାଇଛି। କରଙ୍ଗାକଟା ଅଭିଯାନ ସମିତି ତରଫରୁ ପୁନରୁଦ୍ଧାର ପାଇଁ ବାରମ୍ବାର ଆନ୍ଦୋଳନ ପରେ କୋର୍ଟର ଆଶ୍ରୟ ନେଇଥିଲା କରଙ୍ଗାକଟା ବଚାଓ କମିଟି। ବାରମ୍ବାର ଆନ୍ଦୋଳନ ପରେ ଏବେ ଜିଲ୍ଳା ପ୍ରଶାସନର ନିଦ ଭାଙ୍ଗିଛି ।

କରଙ୍ଗାକଟାକୁ ପୁନରୁଦ୍ଧାର କରିବା ପାଇଁ ପୌର କର୍ଯ୍ୟାଳୟର କନଫେରେନସ ହଲ ଠାରେ ଏନେଇ ବୈଠକ ବସିଥିଲା। ଜିଲ୍ଳାପାଳ ବୈଠକରେ ପୌରାଧ୍ୟକ୍ଷାଙ୍କ ସହିତ ସମସ୍ତ କାଉନସିଲର, ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ, ରାଜନତିକ ଦଳ ଓ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ।  ବୈଠକରେ କରଙ୍ଗାକଟାକୁ ପୁନରୁଦ୍ଧାର କରିବା ପାଇଁ ପ୍ରସ୍ତୁତି ହୋଇଥିଲା ବ୍ଳୁପ୍ରିଣ୍ଟ। ସମସ୍ତଙ୍କ ମତାମତ ନେବା ପରେ ପ୍ରଥମେ ଯୁଦ୍ଧକାଳୀନ ଭିତ୍ତିରେ ପଙ୍କ ଉଦ୍ଧାର କରିବା ଓ ପରେ ଜବରଦଖଲ ଉଚ୍ଛେଦ ନେଇ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।  ଜିଲ୍ଳାପାଳଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରିଛି କରଙ୍ଗାକଟା ବଞ୍ଚାଓ କମିଟି ।

https://youtu.be/WUIcFasZn_0

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos