ଦାଦନ ଖଟିବାକୁ ଯାଇଥିଲେ, ସାଙ୍ଗରେ ଡେଙ୍ଗୁ ଧରି ଫେରିଲେ...

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରକୁ ପୁଣି ଫେରିଛି ଡେଙ୍ଗୁ ରୋଗ। ଏବେ ସହରରେ ଡେଙ୍ଗୁକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁ ଆକ୍ରାନ୍ତ ଯୁବକ ଜଣକ ହେଉଛନ୍ତି ପୁଇଁନ୍ତଲା ବ୍ଳକ୍ ବୁଢ଼ିସିନ୍ଧୋଲ ଗାଁର ୨୦ ବର୍ଷୀୟ ଭୋଜରାଜ ନାଏକ। କିଛିମାସ ତଳେ ଭୋଜରାଜ ଦାଦନ ଖଟିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ତାଙ୍କୁ ଜ୍ୱର ହେବାରୁ ସେ ଗାଁକୁ ଚାଲି ଆସିଥିଲେ। […]

Dengu -1

Dengu -1

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 06:57 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରକୁ ପୁଣି ଫେରିଛି ଡେଙ୍ଗୁ ରୋଗ। ଏବେ ସହରରେ ଡେଙ୍ଗୁକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁ ଆକ୍ରାନ୍ତ ଯୁବକ ଜଣକ ହେଉଛନ୍ତି ପୁଇଁନ୍ତଲା ବ୍ଳକ୍ ବୁଢ଼ିସିନ୍ଧୋଲ ଗାଁର ୨୦ ବର୍ଷୀୟ ଭୋଜରାଜ ନାଏକ। କିଛିମାସ ତଳେ ଭୋଜରାଜ ଦାଦନ ଖଟିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ତାଙ୍କୁ ଜ୍ୱର ହେବାରୁ ସେ ଗାଁକୁ ଚାଲି ଆସିଥିଲେ। ଗତ ୧୧ ତାରିଖରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ରକ୍ତ ପରୀକ୍ଷା କରାଇଥିଲେ।  ରିପୋର୍ଟ ଆସିବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos