ଯୁବତୀଙ୍କୁ ଶନି ମନ୍ଦିରରୁ ଉଠାଇ ଆଣି ଜଙ୍ଗଲ ଭିତରେ...

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ବିକୃତ ମାନସିକତା। କ୍ଷଣକ ଆଶକ୍ତିର ବସବର୍ତ୍ତୀ ହୋଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଟିମୁ (ଛଦ୍ମନାମ)। ଯୁବତୀ ଜଣକ ଶନି ମନ୍ଦିରରୁ ପୂଜା କରି ଫେରୁଥିବା ବେଳେ ଟିମୁ ନିଜର ୩ ବନ୍ଧୁକଙ୍କ ସହ ତାଙ୍କୁ ଉଠାଇ ଆଣିଥିଲେ। ପରେ ମଦ ପିଇ ଜଙ୍ଗଲରେ ଟିମୁ ତାଙ୍କୁ ବଳାତ୍କାର କରିଥିବା ବେଳେ ତାଙ୍କର ଅନ୍ୟ ଦୁଇ ସାଥୀ ଭିଡ଼ିଓ ରେକଡ଼ିଂ କରିଥିଲେ। ଏହି ଅଶ୍ଲୀଳ ଭିଡ଼ିଓ ଗତକାଲି ଭାଇରାଲ ହୋଇଛି। ଏପରି ଘଟଣା କଳାହାଣ୍ଡି […]

Viral

Viral

Rakesh Mallick
  • Published: Friday, 06 April 2018
  • Updated: 06 April 2018, 05:12 PM IST

Sports

Latest News

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ବିକୃତ ମାନସିକତା। କ୍ଷଣକ ଆଶକ୍ତିର ବସବର୍ତ୍ତୀ ହୋଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଟିମୁ (ଛଦ୍ମନାମ)। ଯୁବତୀ ଜଣକ ଶନି ମନ୍ଦିରରୁ ପୂଜା କରି ଫେରୁଥିବା ବେଳେ ଟିମୁ ନିଜର ୩ ବନ୍ଧୁକଙ୍କ ସହ ତାଙ୍କୁ ଉଠାଇ ଆଣିଥିଲେ। ପରେ ମଦ ପିଇ ଜଙ୍ଗଲରେ ଟିମୁ ତାଙ୍କୁ ବଳାତ୍କାର କରିଥିବା ବେଳେ ତାଙ୍କର ଅନ୍ୟ ଦୁଇ ସାଥୀ ଭିଡ଼ିଓ ରେକଡ଼ିଂ କରିଥିଲେ। ଏହି ଅଶ୍ଲୀଳ ଭିଡ଼ିଓ ଗତକାଲି ଭାଇରାଲ ହୋଇଛି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ା ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ଗତ ୩୦ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଜୁନାଗଡ଼ ଶିବସାଗରପଡ଼ା ଶନି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ଭାବିଥିଲେ ଶୀଘ୍ର ଘରକୁ ଫେରିଆସିବେ। ସେଥିପାଇଁ ଜଲ୍‌ଦି ଦଲ୍‌ଦି ପୂଜା କରି ଘରକୁ ଫେରୁଥିଲେ। କିନ୍ତୁ ଜାଣିନଥିଲେ ରାସ୍ତାରେ ଛପି ରହିଛନ୍ତି ୩ ଜହ୍ଲାଦ। ନିଛାଟିଆ ରାସ୍ତାରେ ଆସୁଥିବା ବେଳେ ଟିମୁଙ୍କ ସହିତ ୩ ଯୁବକ ତାଙ୍କ ମୁହଁରେ ହାତ ଦେଇ ଜବରଦସ୍ତ ଏକ ବାଇକ୍‌ରେ ବସାଇ ଉତ୍ରାଗୁଡ଼ା ପିଜୁଳି ବଗିଚାକୁ ନେଇ ଯାଇଥିଲେ। ସେଠାରେ ୩ ଜଣ ମିଶି ମଦ ପିଇଲେ। ପରେ ଯୁବତୀଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ଟିମୁ ଦୁଷ୍କର୍ମ କରିଥିଲେ। ଅନ୍ୟ ଦୁଇ ଜଣ ଅଶ୍ଲୀଳ ଭିଡ଼ିଓ ସୁଟିଂ ଓ ଫଟୋ ଉଠାଇ ଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ସେହି ଭୟରେ ଯୁବତୀ ଜଣକ ଚୁପ୍‌ ରହିଥିଲେ। ଏପରିକି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିନଥିଲେ। ତେବେ ଗତକାଲି ସେମାନେ ଅଶ୍ଲୀଳ ଭିଡ଼ିଓ ଗୁଡ଼ିକୁ ଭାଇରାଲ କରିଦେଇଛନ୍ତି। ଏ ସମ୍ପର୍କରେ ଯୁବତୀ ଜଣକ ଜାଣିପାରି ଆଜି ପରିବାର ଲୋକଙ୍କ ସହିତ ଯାଇ ଜୁଡ଼ାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos