ଅନୁଦାନ ହିସାବକୁ ନେଇ ମୁହାଁମୁହିଁ : କଳାପାହାଡ଼ କହି କାହାକୁ ଇଙ୍ଗିତ କଲେ ଧର୍ମେନ୍ଦ୍ର ?

<p>ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ରାଜ୍ୟକୁ କେନ୍ଦ୍ରର ଅନୁଦାନର ହିସାବକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ମୁଖପାତ୍ର ପ୍ରତାବ ଦେବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦି ସରକାରଙ୍କ ୪ ବର୍ଷର ହିସାବ ଦେବା ବେଳେ ଓଡ଼ିଶାକୁ କେନ୍ଦ୍ରର ଅବଦାନକୁ ନେଇ ଧର୍ମେନ୍ଦ୍ର ରଖିଥିବା ତଥ୍ୟ ଭୁଲ ବୋଲି ବିଜେଡି କହିବା ପରେ ଆଜି ପାଲଟା ଆକ୍ରମଣ କରିଛନ୍ତି ଧର୍ମେନ୍ଦ୍ର। କଳାପାହାଡ଼ ଉପାଖ୍ୟାନର ଅବତାରଣା କରି ତୃତୀୟ ମହଲାକୁ ଏବେ କଳାପାହାଡ଼ମାନେ ଦଖଲରେ ରଖିଛନ୍ତି ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର। ଏଥିସହିତ ବିଜେପି ଦେଇଥିବା ଅନୁଦାନର ପୁଣିଥରେ ହିସାବ ଦେଇଛନ୍ତି ଧର୍ମେନ୍ଦ୍ର।</p> <p>ଜାତୀୟ ରାଜପଥ ଅଧିନରେ ୫ ହଜାର ୫୦୦ କିମି ଭିତରୁ କୋଷ୍ଟାଲ୍ ହାଇୱେ ପାଇଁ ୨୫୦୦ କିମି ରାସ୍ତାର ନିର୍ମାଣ ପାଇଁ କେନ୍ଦ୍ର ପଠାଇଥିବା ଅନ୍ତିମ ଅନୁମୋଦନର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇ କହିଛନ୍ତି, ଯଦି ଏ ତଥ୍ୟ ଭୁଲ ହୋଇଥିବ ସେ ଭୁଲ ମାଗିବାକୁ ପ୍ରସ୍ତୁତ। ସେହିପରି ଉଜ୍ୱଳା ଯୋଜନାରେ ୬୨ରୁ ୬୩ ଲକ୍ଷ ଗ୍ୟାସ ସଂଯୋଗ, ରେଳ ବଜେଟରେ ୪ ବର୍ଷରେ ୨୦ ହଜାର କୋଟିର ଅନୁଦାନ, ୪୦ ଲକ୍ଷ ଲୋକଙ୍କ ଘରକୁ ବିଜୁଳ ସଂଯୋଗ ପାଇଁ କେନ୍ଦ୍ରର ଅନୁଦାନ କଥା ଭୁଲ ହୋଇଥିଲେ ସେ ଭୁଲ ମାଗିବେ ବୋଲି ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି।&nbsp; ଏନ୍&zwnj;ଆରଇଜିଏସ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତଥ୍ୟରେ ବି ସେ ସରକାରଙ୍କୁ କେନ୍ଦ୍ରର ଅବଦାନ ବିଷୟରେ ସତ କହିବାକୁ ଆହ୍ୱାନ କରିଛନ୍ତି।</p>

Ordigital Desk
  • Published: Saturday, 09 June 2018
  • Updated: 09 June 2018, 10:15 PM IST

Sports

Latest News

<p>ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ରାଜ୍ୟକୁ କେନ୍ଦ୍ରର ଅନୁଦାନର ହିସାବକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ମୁଖପାତ୍ର ପ୍ରତାବ ଦେବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦି ସରକାରଙ୍କ ୪ ବର୍ଷର ହିସାବ ଦେବା ବେଳେ ଓଡ଼ିଶାକୁ କେନ୍ଦ୍ରର ଅବଦାନକୁ ନେଇ ଧର୍ମେନ୍ଦ୍ର ରଖିଥିବା ତଥ୍ୟ ଭୁଲ ବୋଲି ବିଜେଡି କହିବା ପରେ ଆଜି ପାଲଟା ଆକ୍ରମଣ କରିଛନ୍ତି ଧର୍ମେନ୍ଦ୍ର। କଳାପାହାଡ଼ ଉପାଖ୍ୟାନର ଅବତାରଣା କରି ତୃତୀୟ ମହଲାକୁ ଏବେ କଳାପାହାଡ଼ମାନେ ଦଖଲରେ ରଖିଛନ୍ତି ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର। ଏଥିସହିତ ବିଜେପି ଦେଇଥିବା ଅନୁଦାନର ପୁଣିଥରେ ହିସାବ ଦେଇଛନ୍ତି ଧର୍ମେନ୍ଦ୍ର।</p><p>ଜାତୀୟ ରାଜପଥ ଅଧିନରେ ୫ ହଜାର ୫୦୦ କିମି ଭିତରୁ କୋଷ୍ଟାଲ୍ ହାଇୱେ ପାଇଁ ୨୫୦୦ କିମି ରାସ୍ତାର ନିର୍ମାଣ ପାଇଁ କେନ୍ଦ୍ର ପଠାଇଥିବା ଅନ୍ତିମ ଅନୁମୋଦନର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇ କହିଛନ୍ତି, ଯଦି ଏ ତଥ୍ୟ ଭୁଲ ହୋଇଥିବ ସେ ଭୁଲ ମାଗିବାକୁ ପ୍ରସ୍ତୁତ। ସେହିପରି ଉଜ୍ୱଳା ଯୋଜନାରେ ୬୨ରୁ ୬୩ ଲକ୍ଷ ଗ୍ୟାସ ସଂଯୋଗ, ରେଳ ବଜେଟରେ ୪ ବର୍ଷରେ ୨୦ ହଜାର କୋଟିର ଅନୁଦାନ, ୪୦ ଲକ୍ଷ ଲୋକଙ୍କ ଘରକୁ ବିଜୁଳ ସଂଯୋଗ ପାଇଁ କେନ୍ଦ୍ରର ଅନୁଦାନ କଥା ଭୁଲ ହୋଇଥିଲେ ସେ ଭୁଲ ମାଗିବେ ବୋଲି ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି।&nbsp; ଏନ୍&zwnj;ଆରଇଜିଏସ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତଥ୍ୟରେ ବି ସେ ସରକାରଙ୍କୁ କେନ୍ଦ୍ରର ଅବଦାନ ବିଷୟରେ ସତ କହିବାକୁ ଆହ୍ୱାନ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos