ଅଇଁଠାପାଲି ଥାନା ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପାଇଁ କ’ଣ ମୁଖ୍ୟମନ୍ତ୍ରୀ ଦାୟୀ? କ’ଣ କହିଲେ ଧର୍ମେନ୍ଦ୍ର ଶୁଣନ୍ତୁ

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଇଁଠାପାଲି ଘଟଣାରେ ତେଜିଲା ରାଜନୀତି। ହାଜତ ମୃତ୍ୟୁକୁ ଅପମୃତ୍ୟୁର ନାଁ ଦିଆଯାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି-ପୋଲିସ ଦାୟିତ୍ୱ ଭୁଲି ରାଜନୀତିରେ ମାତିଲେ ଏଭଳି ହୁଏ। ପୋଲିସ୍ ରକ୍ତମୁଖା ସାଜିଛି। କୁନ୍ଦୁଲି ଓ ଅଇଁଠାପାଲି ଘଟଣାରୁ ଏହା ସ୍ପଷ୍ଟ ହେଉଛି। ସେ ଆହୁରି କହିଛନ୍ତି,-&ldquo;କ୍ଷତିପୂରଣ ଦେଇଦେଲେ ଜୀବନ ଫେରିବନି। ଅଇଁଠାପାଲି ଥାନା ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ।&rdquo;</p> <p>ହାଜତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସମ୍ବଲପୁର ଅଇଁଠାପାଲ୍ଲିରେ ପହଞ୍ଚିଛି ଏଚଆରପିସିର ୩ଜଣିଆ ଟିମ୍। ଜଣେ ମାନବାଧତ୍କାର କର୍ମୀଙ୍କ ପିଟିସନ୍ ଆଧାରରେ ଏଚଆରପିସି ଏଡିଜିଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ୍ ଜାରି କରି ୩ ସପ୍ତାହ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ତେବେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପାରିଶ କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ଗତକାଲି ସୂଚନା ଦେଇଥିଲେ। ଅଇଁଠାପାଲି ଥାନା ହାଜତରେ ଜଣେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ଲଙ୍କାକାଣ୍ଡ ଘଟାଇଥିଲେ।</p>

Ordigital Desk
  • Published: Saturday, 10 February 2018
  • Updated: 10 February 2018, 01:16 PM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଇଁଠାପାଲି ଘଟଣାରେ ତେଜିଲା ରାଜନୀତି। ହାଜତ ମୃତ୍ୟୁକୁ ଅପମୃତ୍ୟୁର ନାଁ ଦିଆଯାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି-ପୋଲିସ ଦାୟିତ୍ୱ ଭୁଲି ରାଜନୀତିରେ ମାତିଲେ ଏଭଳି ହୁଏ। ପୋଲିସ୍ ରକ୍ତମୁଖା ସାଜିଛି। କୁନ୍ଦୁଲି ଓ ଅଇଁଠାପାଲି ଘଟଣାରୁ ଏହା ସ୍ପଷ୍ଟ ହେଉଛି। ସେ ଆହୁରି କହିଛନ୍ତି,-&ldquo;କ୍ଷତିପୂରଣ ଦେଇଦେଲେ ଜୀବନ ଫେରିବନି। ଅଇଁଠାପାଲି ଥାନା ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ।&rdquo;</p><p>ହାଜତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସମ୍ବଲପୁର ଅଇଁଠାପାଲ୍ଲିରେ ପହଞ୍ଚିଛି ଏଚଆରପିସିର ୩ଜଣିଆ ଟିମ୍। ଜଣେ ମାନବାଧତ୍କାର କର୍ମୀଙ୍କ ପିଟିସନ୍ ଆଧାରରେ ଏଚଆରପିସି ଏଡିଜିଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ୍ ଜାରି କରି ୩ ସପ୍ତାହ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ତେବେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପାରିଶ କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ଗତକାଲି ସୂଚନା ଦେଇଥିଲେ। ଅଇଁଠାପାଲି ଥାନା ହାଜତରେ ଜଣେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ଲଙ୍କାକାଣ୍ଡ ଘଟାଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos