ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର; ନିରଞ୍ଜନ ପଚାରିଲେ ଛଅଟି ପ୍ରଶ୍ନ

ପୁରୀ(ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ କରିଛନ୍ତି। ଛୋଟ ଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ  ବୟାନ ରଖୁଥିବା ବେଳେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ନିରବତା  ସନ୍ଦେହ ବଢ଼ାଉଛି ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି।

ସେହିପରି ମୁଖ୍ୟ ପ୍ରଶାସକଙ୍କ  ବଦଳି ପରେ ଡୁପ୍ଲିକେଟ୍ ଚାବି ମିଳିବା, ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ ଲେଖିଛନ୍ତି। ଏଥିସହ ଚାବି ହଜିବା ପ୍ରସଙ୍ଗକୁ ଶ୍ରୀମନ୍ଦିର ଉପରେ କଳାପାହାଡ଼  ଆକ୍ରମଣ ସହ ଯୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ୟପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ୬ଟି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ନିୟମରେ ନକଲି ଚାବିର ବ୍ୟବସ୍ଥା ନ ଥିଲା ବେଳେ ନକଲି ଚାବି ତିଆରି ପାଇଁ କିଏ  ଅନୁମତି ଦେଲା ଏବଂ ଏହା କେବେ ତିଆରି ହେଲା ? ନକଲି ଚାବି ବିଷୟରେ ନ କହି କାହିଁକି ସରକାର ଚୁପ୍ ବସିଥିଲେ, ଅସଲି ଚାବି କେଉଁଠି ଅଛି ବୋଲି  କହି  ମୁଖ୍ୟମନ୍ତ୍ରୀଙ୍କୁ ଛଅଟି ପ୍ରଶ୍ନ କରିଛନ୍ତି ନିରଞ୍ଜନ।  ଏନେଇ  ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବିକୁ ନେଇ ବିବାଦ ତୀବ୍ର ହେଉଥିବା ବେଳେ, ଆଇନ ମନ୍ତ୍ରୀ ନିଜ ଉପରୁ ଦୋଷ ଖସାଇଛନ୍ତି। ଗତକାଲି ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଚାର ବିଭାଗୀୟ  ତଦନ୍ତ କମିଶନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି। ସେ କହିଛନ୍ତି,“ଚାବିକୁ ନେଇ  ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ରହିଛି, ଯାହା ତିନିମାସରେ କମିଶନଙ୍କ ତଦନ୍ତ ରିପୋର୍ଟ ଆସିଲେ ଦୂର ହେବ।

 

 

Previous ArticleNext Article

Send this to a friend