ସ୍ୱାମୀର ଆତ୍ମହତ୍ୟା ପରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ, କଟକ ବଡ଼ ମେଡିକାଲରେ ଭର୍ତ୍ତି

suicide

ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀର ଆତ୍ମହତ୍ୟା ପରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ। ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ତ୍ରୀକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଉଖମା ଗାଁରେ।

ଅଉଖମାରେ ରହି କଂସାବାସନ ବ୍ୟବସାୟ କରୁଥିବା ନାରାୟଣ ସାହୁଙ୍କର ଗତକାଲି ତାଙ୍କ ପତ୍ନୀ ନୟନାଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହା ପରେ ନାରାୟଣ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ନୟନା ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ମୃତ ନାରାୟଣଙ୍କ ନିଜ ଘର ଭଟିମୁଣ୍ଡା ଗାଁରେ। ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା।

ଘଟଣା ସଂପର୍କରେ ଖବର ପାଇ ଢେଙ୍କାନାଳ ସଦର ଥାନା ପୋଲିସ୍ ତଦନ୍ତ ଚଳାଇଛି।

Previous ArticleNext Article

Send this to a friend