କୁନ୍ଦୁଲି ପୀଡ଼ିତାଙ୍କ ଘରକୁ ଯାଇ ରାଜ୍ୟ ସରକାରଙ୍କୁ ବର୍ଷିଲେ ଧର୍ମେନ୍ଦ୍ର, ବିଜେଡି କହିଲା କୁନ୍ଦୁଲି ଡେଡ୍ କେଶ୍

ଭୁବନେଶ୍ୱର(ଓଡିଶା ରିପୋର୍ଟର):  କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗକୁ ନେଇ ପୁଣି ଆରମ୍ଭ ହେଲାଣି ରାଜନୀତି।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୋରାପୁଟର କୋଟିଆ ଅଞ୍ଚଳ ବୁଲିବା ସହ କୁନ୍ଦୁଲି ପିଡୀତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏହି ଗସ୍ତ ବେଳେ ଧର୍ମେନ୍ଦ୍ର ୨ ଟି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। କୋଟିଆ ଉପରେ  ଓଡ଼ିଶାର ଅଧିକାର କଥା କହିବା ସହ କୁନ୍ଦୁଲି ପ୍ରସଙ୍ଗରେ ଓଟିଭିର କଣ୍ଠରୋଧ ପ୍ରୟାସକୁ ସେ ନିନ୍ଦା କରିଛନ୍ତି।

ଆନ୍ଧ୍ରର ଲୋଲୁପ ଦୃଷ୍ଟିକୁ ନେଇ ଚର୍ଚ୍ଚାରେ ଥିବା କୋଟିଆ ଗ୍ରାମପୁଞ୍ଜରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ସ୍ଥାନୀୟ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପରେ ଚାଲି ଚାଲି ଅଞ୍ଚଳବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ସାଧାରଣ ସଭାରେ ଯୋଗ ଦେଇ ଧର୍ମେନ୍ଦ୍ର ଗଣମାଧ୍ୟମକୁ କହିଥିଲେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଆମର ଥିଲା, ଅଛି ଓ ରହିବ। ଦଳମତ ନିର୍ବିଶେଷରେ ଓଡ଼ିଶା ଏ ପ୍ରସଙ୍ଗରେ ଏକ ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । କୋଟିଆ ଗ୍ରାମପୁଞ୍ଜ ପରିଦର୍ଶନ ପରେ ଧର୍ମେନ୍ଦ୍ର କୁନ୍ଦୁଲି ଯାଇ ପିଡ଼ୀତାଙ୍କ ପରିବାରକୁ ଭେଟିଥିଲେ। ଦୁଷ୍କର୍ମ ଘଟଣାର ୬ ମାସ ଏବଂ ପୀଡ଼ିତା ଆତ୍ମହତ୍ୟା କରିବାର ଅଢ଼େଇ ମାସ ପରେ ବି ସରକାର ଦୋଷୀକୁ ଧରିବାରେ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଏଇ ମାମଲା ସହ ଜଡ଼ିତ ଫୋରେନ୍ସିକ୍ ରିପୋର୍ଟରେ ଅସଙ୍ଗତିକୁ ଯେଉଁ ଗଣମାଧ୍ୟମ ସଂସ୍ଥା ଲୋକଲୋଚନକୁ ଆଣିଲେ ତାଙ୍କ ଉପରେ ଏବେ ଅତ୍ୟାଚାର ଆରମ୍ଭ ହୋଇଛି । ଏହା ଅତି ନିନ୍ଦନୀୟ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହାର ଜବାବରେ ବିଜେଡି କହିଛି, କୁନ୍ଦୁଲି ଏବେ ଡେଡ୍ କେଶ୍। ଏପଟେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏଇ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ବିଜେପିକୁ ପାଲଟା ଟାର୍ଗେଟ୍ କରିଛନ୍ତି । କଂଗ୍ରେସ କହିଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ନାଟକବାଜି କରୁଛନ୍ତି ।

Ordigital Desk
• Published: Monday, 09 April 2018
• Updated: 09 April 2018, 08:28 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos