ପାଇପ୍‌ରେ ଯିବ ଗ୍ୟାସ୍‌

gas

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଆଜି ଧାମରା-ଅନୁଗୁଳ ନାଚୁରାଲ ଗ୍ୟାସ ପାଇପ ଲାଇନ ଓ ଭୁବନେଶ୍ୱର-କଟକ-ପାରାଦୀପକୁ ଗ୍ୟାସ ପାଇପ ଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଯୋଜନାରେ ପ୍ରଥମେ ପ୍ରାକୃତିକ ବାଷ୍ପ ସ୍ୱତନ୍ତ୍ର କଣ୍ଟେନର କ୍ୟାସ୍ କେଡେରରେ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ାରୁ ସ୍ଥଳପଥରେ ଭୁବନେଶ୍ୱର ଆସିବ। ଏଥିପାଇଁ ଓଡ଼ିଶାରେ ୪ ହଜାର କୋଟି ଟଙ୍କା ବ୍ୟୟରେ ପାଇପ ଲାଇନ ନିର୍ମାଣ କରାଯାଉଛି।  ୭୬୯ କିମି ବିଶିଷ୍ଟ ପାଇପ ଲାଇନ ୧୩ଟି ଜିଲ୍ଲା ଦେଇ ଯିବ।

Previous ArticleNext Article

Send this to a friend