ଦିଲୀପ ନାଏକ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ୍ ପୋଲିସର ଆବେଦନ

raju barik

ଭୁବନେଶ୍ୱର:  ଭୁବନେଶ୍ୱର ପାତ୍ରପଡ଼ା ଦିଲୀପ ନାଏକ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ୍ କୋର୍ଟରେ କମିଶନରେଟ୍ ପୋଲିସ ପକ୍ଷରୁ ଆବେଦନ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ରାଜୁକୁ ରିମାଣ୍ଡରେ ଆଣିବାକୁ ଚାହିଁଛି। ଦୀର୍ଘ ୪୦ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡ଼ିଥିଲା ରାଜୁ। ବିଭିନ୍ନ ସମୟରେ ବେଶ ବଦଳାଇ ଚକମା ଦେଉଥିବା ରାଜୁକୁ ପୋଲିସ୍ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଗିରଫ କରିଥିଲା।  ରାଜୁର ପଲିଟିକାଲ୍ ଲୋକଙ୍କ ସହ  ଲିଙ୍କ୍ ସମ୍ପର୍କରେ ଜାଣିବାକୁ ପୋଲିସ ଚେଷ୍ଟା କରିବ।

Previous ArticleNext Article

Send this to a friend