ଦିଲ୍ଲୀରେ କଂଗ୍ରେସର ୧୨ ବିଧାୟକଙ୍କ ଡେରା: ହାଇକମାଣ୍ଡଙ୍କୁ ଭେଟିପାରନ୍ତି

ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଶାର ୧୨ ଜଣ କଂଗ୍ରେସ ବିଧାୟକ ଡେରା ପକାଇଛନ୍ତି । ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନବ ଦାସ, ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝି, ହଂଶୁମାନ ମହାନ୍ତି ପ୍ରମୁଖ ଦିଲ୍ଲୀରେ ଅଛନ୍ତି । ଆସନ୍ତାକାଲି ଏହି ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାର ଯୋଜନା ରହିଛି । ଦଳର ସାଂଗଠନିକ ସ୍ଥିତିକୁ ନେଇ ବିଧାୟକମାନେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭାଟିବେ ବୋଲି ଜଣାପଡିଛି । ତେବେ ସୌଜନ୍ୟମୂଳକ ଭାବେ ସୋନିଆଙ୍କୁ ଭେଟିବାକୁ ଯାଉଛୁ ବୋଲି ବିଧାୟକ […]

congress

congress

Rakesh Mallick
  • Published: Monday, 20 July 2015
  • Updated: 20 July 2015, 01:02 PM IST

ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଶାର ୧୨ ଜଣ କଂଗ୍ରେସ ବିଧାୟକ ଡେରା ପକାଇଛନ୍ତି । ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନବ ଦାସ, ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝି, ହଂଶୁମାନ ମହାନ୍ତି ପ୍ରମୁଖ ଦିଲ୍ଲୀରେ ଅଛନ୍ତି । ଆସନ୍ତାକାଲି ଏହି ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାର ଯୋଜନା ରହିଛି । ଦଳର ସାଂଗଠନିକ ସ୍ଥିତିକୁ ନେଇ ବିଧାୟକମାନେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭାଟିବେ ବୋଲି ଜଣାପଡିଛି । ତେବେ ସୌଜନ୍ୟମୂଳକ ଭାବେ ସୋନିଆଙ୍କୁ ଭେଟିବାକୁ ଯାଉଛୁ ବୋଲି ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି । ତେବେ ପିସିସି ସଭାପତି ଚୟନ ହେବାର ୬ମାସ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ନୂଆ ଟିମ ଗଠନ ହୋଇ ପାରି ନ ଥିବାକୁ ବିଧାୟକମାନେ ସୋନିକାଙ୍କ ନିକଟରେ ଉପସ୍ଥାପନ କରିପାରନ୍ତି । ଏହାସହ ଯୁବ ବିଧାୟକମାନେ ଏକଜୁଟ ହୋଇ ହାଇକମାଣ୍ଡଙ୍କୁ ଭେଟିବାକୁ ଯିବା ଦଳରେ ପୁଣି ଥରେ ଗୋଷ୍ଠୀ କନ୍ଦଳ ମୁଣ୍ଡ ଟେକୁଥିବା ମତ ପ୍ରକାଶ ପାଉଛି । ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀ ଯାଇ ସୋନିଆ ଏବଂ ରାହୁଲ ଗାନ୍ଧିଙ୍କୁ ଭେଟି ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos