ପି-ପାୱାରରେ ବଳିୟାନ ବବି: ନିଜ ଜିଲ୍ଲାରେ କାଟୁଛନ୍ତି ନେତାଙ୍କ କଚ୍ଛା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ଏବେ ‘ପି-ଫ୍ୟାକ୍ଟର’ ଓ ‘ସେକେଣ୍ଡ ପାଣ୍ଡିଆନ’ ପ୍ରସଙ୍ଗକୁ ନେଇ ଖୁବ୍ ଚର୍ଚ୍ଚା। ଖୋଲିକି କହିଲେ କଥାଟି ଏମିତି ହେବ। ‘ପି’ ପଲିଟିକ୍ସର ନାୟକ ହେଉଛନ୍ତି ରାଜ୍ୟ ଶାସନର ଶକ୍ତିକେନ୍ଦ୍ର ବୋଲି କୁହାଯାଉଥିବା ତୃତୀୟ ମହଲାର ଜଣେ ଶକ୍ତିଶାଳୀ ଅମଲା। ସେହିପରି ‘ସେକେଣ୍ଡ ପାଣ୍ଡିଆନ୍’ ହେଉଛନ୍ତି ଯାଜପୁରର ଯୁବ ବିଜେଡି ନେତା ବବିଭାଇ। ଭାଇନା ଏବେ ରାଜନୀତିର କୁଟନୀତି ଟ୍ରେନିଂ ନେଉଛନ୍ତି। ତାଙ୍କ ନିଜ ଜିଲ୍ଲାରୁ ହିଁ ସେ ଏହାର ପ୍ରାକ୍ଚିକାଲ୍ […]

Boby

Boby

Ordigital Desk
  • Published: Tuesday, 24 April 2018
  • Updated: 24 April 2018, 08:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ଏବେ ‘ପି-ଫ୍ୟାକ୍ଟର’ ଓ ‘ସେକେଣ୍ଡ ପାଣ୍ଡିଆନ’ ପ୍ରସଙ୍ଗକୁ ନେଇ ଖୁବ୍ ଚର୍ଚ୍ଚା। ଖୋଲିକି କହିଲେ କଥାଟି ଏମିତି ହେବ। ‘ପି’ ପଲିଟିକ୍ସର ନାୟକ ହେଉଛନ୍ତି ରାଜ୍ୟ ଶାସନର ଶକ୍ତିକେନ୍ଦ୍ର ବୋଲି କୁହାଯାଉଥିବା ତୃତୀୟ ମହଲାର ଜଣେ ଶକ୍ତିଶାଳୀ ଅମଲା। ସେହିପରି ‘ସେକେଣ୍ଡ ପାଣ୍ଡିଆନ୍’ ହେଉଛନ୍ତି ଯାଜପୁରର ଯୁବ ବିଜେଡି ନେତା ବବିଭାଇ। ଭାଇନା ଏବେ ରାଜନୀତିର କୁଟନୀତି ଟ୍ରେନିଂ ନେଉଛନ୍ତି। ତାଙ୍କ ନିଜ ଜିଲ୍ଲାରୁ ହିଁ ସେ ଏହାର ପ୍ରାକ୍ଚିକାଲ୍ ପ୍ରୟୋଗ ଆରମ୍ଭ କରିଛନ୍ତି। କେମିତି? ପଢ଼ନ୍ତୁ।

ଯାଜପୁର ଜିଲ୍ଲାରେ ଥିବା ବିଧାୟକମାନେ ହେଲେ- ନିଜେ ପ୍ରଣବ ପ୍ରକାଶ ଦାସ ଓରଫ ବବିଭାଇ (ଯାଜପୁର), ପ୍ରୀତି ରଂଜନ ଘଡ଼େଇ ଓରଫ ଡ୍ୟାନି ଭାଇ (ସୁକିନ୍ଦା), ଦେବାଶିଷ ନାୟକ (ବରି), ଅମର ପ୍ରସାଦ ଶତପଥୀ (ବଡ଼ଚଣା), ପ୍ରଣବ ବଳବନ୍ତରାୟ (ଧର୍ମଶାଳା), ପ୍ରମିଳା ମଲ୍ଲିକ (ବିଞ୍ଝାରପୁର) ଏବଂ ଆକାଶ ଦାସ ନାୟକ (କୋରେଇ)। ୟାଙ୍କ ଭିତରେ ଦିନାକେତେ ପ୍ରମିଳା ଅପା ଖୁବ୍ ପାୱାରଫୁଲ୍ ଥିଲେ। ସେ ଥିଲେ ଯାଜପୁର ଜିଲ୍ଲାର ରାଜ୍ୟସ୍ତରୀୟ ନେତ୍ରୀ। ସମସ୍ତଙ୍କ କଥା କାଳେ ସେ ବୁଝୁଥିଲେ। ତା ପରେ ଅମର ଭାଇ ପାୱାରଫୁଲ ହୋଇଗଲେ। ଏବେ କିନ୍ତୁ ସମସ୍ତଙ୍କୁ ଟପି ଯାଇଛନ୍ତି ବବି ଭାଇ। ଜିଲ୍ଲା ଏବେ ତାଙ୍କ ହାତରେ। କାରଣ ‘ପି’ ପାୱାର ବଳରେ ସେ ଏବେ ରାଜ୍ୟସ୍ତରୀୟ ନେତା। ଯାଜପୁର ଜିଲ୍ଲା ଏବେ ତାଙ୍କ ପାଇଁ କାଳେ ଗର୍ବ ଅନୁଭବ କରୁଛି ଯେ ତାଙ୍କରି ଜିଲ୍ଲାରୁ ସେକେଣ୍ଡ ପାଣ୍ଡିଆନ୍ ବାହାରିଲେ।

ତେବେ ବାବୁଙ୍କ ବଶତା ସ୍ୱୀକାର କରୁନଥିବା ବିଧାୟକମାନେ ଏବେ କାଳେ ଏକଘରିକିଆ ହେଇଯାଇଛନ୍ତି। ବବିଙ୍କ ଗୁଡ୍ ଲିଷ୍ଟରୁ ସର୍ବପ୍ରଥମେ ବାଦ୍ ପଡ଼ିଛନ୍ତି କୋରେଇ ଅଭିନେତା ବାବୁ ଆକାଶ ଦାସ ନାୟକ। ଆକାଶଙ୍କର ହୃଦୟ ଆକାଶ ପରି ବଡ଼। କିନ୍ତୁ ତାଙ୍କ ଆକାଶରେ ଏବେ ବାଦଲ ହୋଇ ଛାଇ ଯାଇଛନ୍ତି ବବି। ଶୁଣାଯାଉଛି ଆଗାମୀ ନିର୍ବାଚନରେ ବବି ହିଁ ଟିକଟ ବାଣ୍ଟିବେ। ତେଣୁ ଆକାଶ ଆଉ କୋରେଇରୁ ଟିକଟ ପାଇବେ ନାହିଁ। ସେଠି କାଳେ ମୁକୁଟ ପିନ୍ଧିବେ ଆଉଜଣେ ଅଭିନେତା। ସେ ହେଲେ ବାବୁ ଅରିନ୍ଦମ। ବବି-ଅରିନ୍ଦମ ସଂପର୍କ ବିଷୟରେ ତ ସମସ୍ତେ ଜାଣିଥିବେ। ଅରିନ୍ଦମ ହେଉଛନ୍ତି ବବିଙ୍କ ଭିଣୋଇ। ତେଣୁ ଜ୍ୱାଇଁପୁଅଙ୍କୁ ଟିକଟ ନଦେଲେ ସେପଟେ ଭଉଣୀ ସଂସାର ଉଚ୍ଛନ ହୋଇଯିବାର ଆଶଙ୍କା ରହିଛି। ତେଣୁ ବିଚରା ଆକାଶ ଗାଡ଼ି ଫେଲ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେକେଣ୍ଡ ପାଣ୍ଡିଆନ୍‌ଙ୍କ ବଶତା ସ୍ୱୀକାର ନକଲେ କାଳେ ଏମିତି ହେବ ବୋଲି ସମସ୍ତେ କହୁଛନ୍ତି।

ସେହିପରି ପ୍ରମିଳା ଅପା ଓ ଅମର ଭାଇ ମଧ୍ୟ ବବିଙ୍କ ଗୁଡ୍ ଲିଷ୍ଟରେ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ନବୀନ ବାବୁଙ୍କ ମୁଡ୍ ନିର୍ବାଚନ ପର୍ଯ୍ୟନ୍ତ ଠିକ୍ ରହିଲେ ହେଲା। ବବିଙ୍କ ପୂର୍ବରୁ ଅତନୁ, ଅରୁଣ, ସଂଜୟଙ୍କ ପରି ବହୁ ଟୋକା-ନେତାଙ୍କ କଛା କାଟି ନବୀନ ହଇଚଇ ସୃଷ୍ଟି କରିଛନ୍ତି। ତେଣୁ ବବି-ଯୁଗ ଶେଷ ହେବାକୁ ବେଶୀ ସମୟ ଲାଗିନପାରେ। ପାଣ୍ଡିଆନ୍-ଯୁଗ ଶେଷ ହେଲେ ବାବୁ ‘ପି’ କେନ୍ଦ୍ରକୁ ପଳେଇବେ। କିନ୍ତୁ ବବି କୁଆଡ଼େ ଯିବେ? ବବିଙ୍କ ସଂପର୍କରେ ବି ଅନେକ ଗୁମର ତଥ୍ୟ କାଳେ ଏବେ ତୃତୀୟ ମହଲାକୁ ପଠାଯାଉଛି। କିନ୍ତୁ ତାହା ନବୀନ ବାବୁଙ୍କ ପାଖରେ ପହଞ୍ଚି ପାରୁନାହିଁ। ‘ପି’ ପାୱାର ସେ ସବୁକୁ ଚାପି ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story