ଆଜି ଡାକ୍ତର ଦିବସ: ଆସନ୍ତୁ ଭେଟିବା ରୋଗୀଙ୍କ ପାଇଁ ଭଗବାନ ସାଜିଥିବା କିଛି ଡାକ୍ତରଙ୍କୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଡାକ୍ତରୀକୁ ସବୁଠାରୁ ସମ୍ମାନଜନକ ପେସା ଭାବେ ଗ୍ରହଣ କରାଯାଇଛି। କାରଣ ଜଣେ ଡାକ୍ତର ପାଖରେ ହିଁ ଆପତ୍ତକାଳୀନ ସ୍ଥିତିରେ ଜୀବନ ବଞ୍ଚାଇବା କ୍ଷମତା ରହିଛି। ଡାକ୍ତରମାନଙ୍କ ପେସାକୁ ସମ୍ନାନ ଜଣାଇ, ରୋଗୀଙ୍କ ଜୀବନରେ ସେମାନଙ୍କ ଅବଦାନକୁ ମହତ୍ତ୍ୱ ଦେବାକୁ ଯାଇ ପ୍ରତିବର୍ଷ ଜୁଲାଇ ୧ରେ ଆମ ଦେଶରେ ପାଳିତ ହୋଇଥାଏ ଜାତୀୟ ଡାକ୍ତର ଦିବସ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ପୂଣ୍ୟ ତିଥି ଅବସରରେ ପାଳିତ ହୋଇଥାଏ ଏହି ଡାକ୍ତର […]

fff

fff

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 07:11 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଡାକ୍ତରୀକୁ ସବୁଠାରୁ ସମ୍ମାନଜନକ ପେସା ଭାବେ ଗ୍ରହଣ କରାଯାଇଛି। କାରଣ ଜଣେ ଡାକ୍ତର ପାଖରେ ହିଁ ଆପତ୍ତକାଳୀନ ସ୍ଥିତିରେ ଜୀବନ ବଞ୍ଚାଇବା କ୍ଷମତା ରହିଛି। ଡାକ୍ତରମାନଙ୍କ ପେସାକୁ ସମ୍ନାନ ଜଣାଇ, ରୋଗୀଙ୍କ ଜୀବନରେ ସେମାନଙ୍କ ଅବଦାନକୁ ମହତ୍ତ୍ୱ ଦେବାକୁ ଯାଇ ପ୍ରତିବର୍ଷ ଜୁଲାଇ ୧ରେ ଆମ ଦେଶରେ ପାଳିତ ହୋଇଥାଏ ଜାତୀୟ ଡାକ୍ତର ଦିବସ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ପୂଣ୍ୟ ତିଥି ଅବସରରେ ପାଳିତ ହୋଇଥାଏ ଏହି ଡାକ୍ତର ଦିବସ। ଆଜି ହେଉଛି ସେହି ପିବତ୍ର ଦିନ। ତା ହେଲେ ଆସନ୍ତୁ ଜାଣିବା ଏମିତି କିଛି ଡାକ୍ତରଙ୍କ ସମ୍ପର୍କରେ ।

ରୋଗୀଙ୍କ ପାଇଁ ଦେବଦୂତ ସାଜି କାମ କରୁଥିବା ଓଡ଼ିଶାର ଡାକ୍ତର ଯଜ୍ଞଦତ୍ତ ରଥ ଓ ସୁରେନ୍ଦ୍ର କୁମାର ରଥଙ୍କ ପରି ଜାତୀୟସ୍ତରରେ ମଧ୍ୟ ଅନେକ ଡାକ୍ତର ରହିଛନ୍ତି। ଯେଉଁମାନେ ନିଜ ଜୀବନକୁ ରୋଗୀମାନଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି।

ଡାକ୍ତର ଯଜ୍ଞଦତ୍ତ ରଥ

ନିକଟରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ପଲମ ଜଙ୍ଗଲରେ ଘଟିଛି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଜଙ୍ଗଲ ଭିତରେ ପ୍ରସବ କରାଇଥିଲେ ଡାକ୍ତର ଯଜ୍ଞଦତ୍ତ ରଥ। ଦୁର୍ଗମ ଅଞ୍ଚଳରେ ଜଣେ ରୋଗୀଙ୍କ ସୁରକ୍ଷିତ ପ୍ରସବ ପରେ ଚର୍ଚ୍ଚିତ ହୋଇପଡିଥିଲେ ଏହି ଯୁବ ଡାକ୍ତର। ଡାକ୍ତର ଦିବସରେ ଆମ ଟିମ୍‌ ଭେଟିଥିଲା ଡାକ୍ତର ରଥଙ୍କୁ। ଡାକ୍ତର ଦିବସ ଅବସରରେ ତାଙ୍କ ମତ ନିଆଯିବାରୁ ସେ କହିଛନ୍ତି “ଡାକ୍ତରମାନେ ରୋଗୀମାନଙ୍କୁ ନିଜ ପରିବାରର ସଦସ୍ୟ ଭାବି ସେବା କରନ୍ତୁ। ସମ୍ପ୍ରତି ଡାକ୍ତରମାନଙ୍କ ପ୍ରତି ଯେଉଁ ହିଂସା ବଢ଼ି ଚାଲିଛି, ତାକୁ ରୋକିବା ପାଇଁ ଯୁବ ଡାକ୍ତରମାନେ ଆଗକୁ ବଢ଼ି କାର୍ଯ୍ୟ କରନ୍ତୁ। ଦେଖିବେ ହିଂସାକୁ ନିଶ୍ଚିତ ରୂପେ କମ୍‌ କରାଯାଇପାରିବ।”

ଡାକ୍ତର ସ୍ୱପ୍ନିଲ୍‌ ମାନେ, ଅହମଦନଗରର, ମହାରାଷ୍ଟ୍ର

ମା’ଙ୍କର ସ୍ୱପ୍ନ ଥିଲା ପୁଅ ବଡ଼ ହୋଇ ଡାକ୍ତର ହେବ। ଗରିବ ଲୋକଙ୍କର ସେବା କରିବ। ସେହି ସ୍ୱପ୍ନକୁ ସାକାର କରିଛନ୍ତି ଡାକ୍ତର ସ୍ୱପ୍ନିଲ୍‌ ମାନେ। ସେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା କ୍ୟାନ୍‌ସର୍‌ ରୋଗୀଙ୍କ ସେବା ମାଗଣାରେ କରନ୍ତି। ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଡାକ୍ତର ମାନେଙ୍କ ମେଡିକାଲ୍‌ ଫାଉଣ୍ଡେସନ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟର ରହିଛି। ଯେଉଁଥିରେ ୨୫ଟି ସଜ୍ୟା କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ରହିଛି। ଏଠାରେ କ୍ୟାନ୍‌ସର୍‌ ରୋଗୀଙ୍କୁ କମ୍‌ ଟଙ୍କାରେ ଚିକିତ୍ସା କରାଯାଇଥାଏ। ଯେଉଁମାନେ ପଇସା ଦେବା ପାଇଁ ସମର୍ଥ ନୁହଁନ୍ତି, ସେମାନଙ୍କ ଚିକିତ୍ସା ମାଗଣାରେ କରାଯାଇଥାଏ। ଡକ୍ଟର ସ୍ୱପ୍ନିଲ୍‌ ମହାରାଷ୍ଟ୍ରର ଅଲଗା ଅଲଗା ଅଞ୍ଚଳକୁ ଯାଇ କ୍ୟାନ୍‌ସର୍‌ ରୋଗୀଙ୍କୁ ଚିହ୍ନଟ କରିବା ସହିତ ସଚେତନ ମଧ୍ୟ କରିଥାନ୍ତି। ୭ ବର୍ଷ ମଧ୍ୟରେ ସେ ୯୫ଟି କ୍ୟାନ୍‌ସର୍‌ ଚିହ୍ନଟ କ୍ୟାମ୍ପ୍‌ , ୧୧୬ଟି କ୍ୟାନ୍‌ସର୍‌ ସଚେତନତା କ୍ୟାମ୍ପ୍‌ ଏବଂ ୧୧୨୦ଜଣ କ୍ୟାନ୍‌ସର୍‌ ରୋଗୀଙ୍କ ଅପରେସନ୍‌ ମାଗଣା ଏବଂ ଅତି କମ୍‌ ଖର୍ଚ୍ଚରେ କରି ସାରିଛନ୍ତି।

ଡାକ୍ତର ଅଂଶୁମାନ କୁମାର, ଦିଲ୍ଲୀ

ଦିଲ୍ଲୀରେ ଥିବା ଧର୍ମଶୀଳା କ୍ୟାନ୍‌ସର୍‌ ହସ୍ପିଟାଲ୍‌ରେ ଡ.ଅଂଶୁମାନ ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗରେ ଚିଫ୍‌ ଡାଇରେକ୍ଟର ଅଛନ୍ତି। ସପ୍ତାହର ପ୍ରତି ଗୁରୁବାର ସେ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିଥାନ୍ତି। ଏହା ସହିତ ସେ ନିଜ ବାସଭବନରେ ଗରିବ ରୋଗୀଙ୍କୁ ଜର, ଥଣ୍ଡା, ପେଟ ଯନ୍ତ୍ରଣା ପରି ଛୋଟମୋଟ ରୋଗର ଚିକିତ୍ସା ମାଗଣାରେ କରିଥାନ୍ତି।  ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ଦିଲ୍ଲୀର ଜଣେ ପ୍ରମୁଖ ଡାକ୍ତର ଭାବେ ଗଣା ହୁଅନ୍ତି ଅଂଶୁମାନ।  ତମାଖୁ ନ ଖାଇବା ଏବଂ ଘର ପରିବେଶ ସଫା ସୁତୁରା ରଖିବାର ଫାଇଦା ବିଷୟରେ ସେ ଲୋକମାନଙ୍କୁ ଜଣାଇଥାନ୍ତି। ସେ କୁହନ୍ତି, “ଡାକ୍ତର ଶଦ୍ଦଟି ଲାଟିନ୍‌ ଶବ୍ଦ docereରୁ ଆସିଛି, ଯାହାର ଅର୍ଥ ଶିକ୍ଷକ। ଶିକ୍ଷକର ଧର୍ମ ହେଉଛି ଲୋକଙ୍କୁ ସଚେତନ କରିବା।“ ଡ. ଅଂଶୁମାନ ଟାରା କ୍ୟାନ୍‌ସର୍ ଫାଇଣ୍ଡେସନ୍‌ ସହ ଜଡ଼ିତ ଅଛନ୍ତି। ପ୍ରତି ଶନିବାର ଏବଂ ରବିବାର ଏହି ଫାଉଣ୍ଡେସନ୍‌ ଜରିଆରେ ସେ କ୍ୟାନ୍‌ସର୍‌ ସଚେତନତା କାର୍ଯ୍ୟକ୍ରମ ପାଇଁ ଅଲଗା ଅଲଗା ସ୍ଥାନକୁ ଯାଇଥାନ୍ତି।

ଡାକ୍ତର ଅଜିତ୍‌ ମୋହନ ଚୌଧୁରୀ, କାନପୁର

୬୮ ବର୍ଷ ବୟସର ଡାକ୍ତର ଅଜିତ୍‌ ମୋହନ ଚୌଧୁରୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ତାଙ୍କ କାମର ପ୍ରଶଂସା କରିଥିଲେ। ଡା.ଚୌଧୁରୀ ନିଜର ନିଆରା ଉପାୟରେ ଚିକିତ୍ସା ପାଇଁ ପ୍ରସିଦ୍ଧ। ଗରିବଙ୍କ ବନ୍ଧୁ ଡା. ଚୌଧୁରୀ ଗରିବଙ୍କ ମଧ୍ୟରେ ବସି ତାଙ୍କ ଚିକିତ୍ସା କରିଥାନ୍ତି। କାନପୁରରେ ଥିବା ଏକ ମନ୍ଦିର ପାଖ ଛକରେ ବସି ସେ ରୋଗୀମାନଙ୍କୁ ଦେଖିଥାନ୍ତି। ସକାଳ ୧୦ଟାରୁ ୧୧ଟା ମଧ୍ୟରେ ସେ ମନ୍ଦିର ନିକଟରେ ଥିବା ଛକରେ ଆସି ପହଞ୍ଚିଥାନ୍ତି। ପ୍ରତିଦିନ ସେ ୮ରୁ ୧୦ ଜଣ ରୋଗୀଙ୍କର ମାଗଣାରେ ଚିକିତ୍ସା କରିବା ସହ ଔଷଧ ଦେଇଥାନ୍ତି। ସେ ନିଜ ପାଖରେ ଏକ ଦାନ ପାତ୍ର ମଧ୍ୟ ରଖିଥାନ୍ତି। ଯେଉଁମାନେ ସେହି ଦାନ ପାତ୍ରରେ ସ୍ୱଇଚ୍ଛାରେ କିଛି ଦାନ କରନ୍ତି, ଡା. ଚୌଧୁରୀ ସେହି ଦାନ ଅର୍ଥକୁ ସହିଦ୍‌ ଯବାନଙ୍କ ପରିବାରକୁ ଦାନ କରିଥାନ୍ତି। ଏଥି ସହିତ ତାଙ୍କର ୧୦୦ ସଜ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍‌ ସହିତ ଏକ ଏନ୍‌ଜିଓ ମଧ୍ୟ ରହିଛି। ଏହି ଏନ୍‌ଜିଓ ସାହାଯ୍ୟରେ ସେ ଗରିବ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସାହାଯ୍ୟ କରିଥାନ୍ତି।

ଡାକ୍ତର ଯୋଗୀ ଏରୋନ୍‌, ଡେରାଡୁନ୍‌

୮୦ ବର୍ଷ ବୟସର ଡା. ଯୋଗୀ । ନିଆଁରେ ଜଳି ଯାଇଥିବା ରୋଗୀଙ୍କୁ ସେ ମାଗଣାରେ ଚିକିତ୍ସା କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୩୦୦୦ ରୋଗୀଙ୍କର ସର୍ଜରୀ ମାଗଣାରେ କରି ସାରିଛନ୍ତି। ୧୯୭୧ ମସିହାରୁ ଡ.ଯୋଗୀ ପ୍ଲାଷ୍ଟିକ୍‌ ସର୍ଜରୀ ସ୍ପେଶାଲିଷ୍ଟ୍‌ ଅଛନ୍ତି। ନିଆଁରେ ପୋଡ଼ି ଯାଇଥିବା ରୋଗୀଙ୍କର ସେବା କରିବା କାର୍ଯ୍ୟରେ ତାଙ୍କୁ ଆମେରିକାର ଏକ ସଂସ୍ଥାର କେତେକ ଚକ୍ଷୁ ଡାକ୍ତର ସାହାଯ୍ୟ କରିଥାନ୍ତି। ୨୦୦୬ ମସିହାରୁ ଏହି ଟିମ୍‌ ଯୋଗୀଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story