ଡୁବୁରୀ ପୂର୍ବ କେନାଲ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

vigilace

ଅନୁଗୋଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡୁବୁରୀ ପୂର୍ବ କେନାଲ ସହକାରୀ ନିର୍ବାହୀ ଯନ୍ତ୍ରୀ କେ.କେ ତ୍ରିପାଠୀଙ୍କର ଅନୁଗୋଳ ଶିମିଳିପଡ଼ା ସ୍ଥିତ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି।  ବଅଁରପାଳ ସ୍ଥିତ  ତାଙ୍କ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ  ଭିଜିଲାନ୍ସ ଚଢ଼ାଉ କରିଛି। କଟକ ଭିଜିଲାନ୍ସ ସେଲ୍‌ର ଡିଏସପି ଦିଲୀପ କୁମାରଙ୍କ ନେତୃତ୍ୱରେ  ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ  କାଗଜପତ୍ର ଜବତ କରାଯାଇଛି।

Previous ArticleNext Article

Send this to a friend