ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୂର୍ବ ଏସୀୟ ଶିଖର ସମ୍ମିଳନୀ। ଭାରତ, ଆମେରିକା, ଋଷିଆ, ଚୀନ, ଅଷ୍ଟ୍ରେଲିଆ ସମେତ ୧୮ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ସାମୁଦ୍ରିକ କ୍ଷେତ୍ରକୁ ନେଇ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁରକ୍ଷା, ନିରାପତ୍ତା, ବିକାଶ ଏବଂ ସହଭାଗିତା ନେଇ ଆଲୋଚନା ହେଉଛି।</p> <p>କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଦେଶମାନଙ୍କ ମଧ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ସମାଧାନର ବାଟ ବାହାର କରାଯିବ। ସମ୍ମିଳନୀରେ ଭାରତୀୟ ବୈଦେଶିକ ବିଭାଗ, ନୌବାହିନୀ ଏବଂ ସଦସ୍ୟ ରାଷ୍ଟ୍ର ସମୂହର ପ୍ରତିନିଧି ଯୋଗ ଦେଇଛନ୍ତି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।