ବୈଜୟନ୍ତଙ୍କ ଉପରେ ଅଣ୍ଡା ମାଡ଼ ଘଟଣା: ରିପୋର୍ଟ ଦାଖଲ କଲେ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: କଟକ ଜିଲ୍ଲା ମାହାଙ୍ଗାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାରେ ଦାଖଲ ହେଲା ରିପୋର୍ଟ। ଏହି ଘଟଣାର ତଦନ୍ତ କରୁଥିବା ବିଜେଡିର କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ଉଷା ଦେବୀ ରିପୋର୍ଟ ଦାଖଲ କରିଛନ୍ତି। ଯାହାଙ୍କୁ ରିପୋର୍ଟ ଦାଖଲ କରିବା କଥା କରି ସାରିଛି ବୋଲି ଉଷା ଦେବୀ ଆଜି କହିଛନ୍ତି।

ଗତ ମେ ୩୦ ତାରିଖରେ ମାହାଙ୍ଗାର ଜାତିପାରିଲୋ ଗାଁରେ ଏକ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ବୈଜୟନ୍ତଙ୍କ ଉପରକୁ ଅଣ୍ଡା ମାଡ ହୋଇଥିଲା। କେତେକ ବିଜେଡି କର୍ମୀ ଅଣ୍ଡା ମାଡ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଦଳୀୟ ସ୍ତରରେ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Previous ArticleNext Article

Leave a Reply

Your email address will not be published. Required fields are marked *