କାଳିଜାଈଙ୍କୁ ଦର୍ଶନ କରି ଫେରୁଥିବା ବେଳେ ବୁଡ଼ିଗଲା ଡଙ୍ଗା: ଶିଶୁ ମୃତ, ୩ ଜଣଙ୍କ ପତ୍ତା ମିଳୁନି

ବାଲୁଗାଁ (ଓଡ଼ିଶା ରିପୋର୍ଟର): ମାଆ କାଳିଜାଈରୁ ଦର୍ଶନ କରି ହସଖୁସିରେ ଫେରୁଥିଲେ। ହଠାତ ମାଡ଼ିଆସିଲା ବର୍ଷା ଓ ପବନ। ଚିଲିକା ମଝିରେ ଟଳମଳ ହୋଇ ବୁଡ଼ିଗଲା ଡଙ୍ଗା। ଫଳରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଅଗ୍ନିଶମ, ଓଡ୍ରାଫା, ନାଭାଲ, ପୋଲିସ ଓ ମତ୍ସ୍ୟଜୀବୀ ଲାଗିଛନ୍ତି।

ଆଜି ସନ୍ଧ୍ୟା ବେଳେ ଘଟିଛି ଏହି ଅଘଟଣ। ନୟାଗଡ଼ ରଣପୁର ଅଞ୍ଚଳର ୧୫ ଜଣ ପର୍ଯ୍ୟଟକ କାଳିଜାଈଙ୍କୁ ଦର୍ଶନ କରି ଫେରୁଥିବା ବେଳେ ମଝି ଚିଲିକାରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିଥିଲା। ଅତର୍କିତ ବର୍ଷା ହେବାରୁ ମଙ୍ଗ ସମ୍ଭାଳି ପାରିଲେନି ନାଉରିଆ। ଅଥଳ ପାଣିରେ ନାଆ ଟଳମଳ ହୋଇ ବୁଡ଼ିଗଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୧୩ ଜଣଙ୍କୁ ଉଦ୍ଧାର କରି ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଜଣେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏବେ ୧୨ ଜଣ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନିଖୋଜ ଥିବା ୩ ଜଣଙ୍କୁ ଉଦ୍ଧାର ପାଇଁ ଜାରୀ ରହିଛି ତଲାସି ଅଭିଯାନ।

ପରବର୍ତ୍ତୀ ଖବରକୁ ଅପେକ୍ଷା କରାଯାଇଛି।

Previous ArticleNext Article

Send this to a friend