ଦେଶୀ ସୁପାରିକିଲରଙ୍କ କାରନାମା: ଖୁରରେ କାଟିଦେଲେ ଯୁବକଙ୍କ ଯୌନାଙ୍ଗ

ବରଗଡ଼ (ଦୀପକ ଶର୍ମା): ରକ୍ତ ସମ୍ପର୍କରେ କଳଙ୍କର ଛିଟା। ସାନ ଭାଇର ଯୌନାଙ୍ଗ କାଟିଦେଲେ ଯୁବକ। ଜମି ବିବାଦକୁ ନେଇ ବଡ଼ ଭାଇ ସୁପାରି କିଲରଙ୍କ ମାଧ୍ୟମରେ ଏପରି କାଣ୍ଡ ଘଟାଇଥିବା ସାନ ଭାଇ ଅଭିଯୋଗ କରିଛନ୍ତି। ଏପରି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି।

ଆଜି ସକାଳେ ସଦର ଥାନା ନିଲେଶ୍ୱର ଗାଁର ଅଶୋକ ବାରିକ ନିଜ ଘରେ ଥିଲେ। ଏହି ସମୟରେ ସୁଦାମ ସାହୁ ନାମକ ଜଣେ ଯୁବକ ତାଙ୍କ ଘରକୁ ଆସିଥିଲେ। କଥାବାର୍ତ୍ତା ବେଳେ ହଠାତ ସେ ଏକ ଖୁରରେ ଅଶୋକଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ସେ ତାଙ୍କ ତଣ୍ଟି କାଟିବାକୁ ଚେଷ୍ଟା କରିଥିଲେ। ସେଥିରେ ଅସଫଳ ହେବା ପରେ ସେ ତାଙ୍କ ଯୌନାଙ୍ଗ କାଟି ଦେଇଥିଲା। ଅଶୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ସେଠାରେ ପହଞ୍ଚିଲା ବେଳକୁ ସୁଦାମ ଫେରାର ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ବରଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକି ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଅଭିଯୋଗରୁ ପ୍ରକାଶ, ଅଶୋକ ଓ ତାଙ୍କ ବଡ଼ ଭାଇ ସେବାଙ୍କ ମଧ୍ୟରେ ଦୀର୍ଘ ଦିନରୁ ଜମି ବିବାଦ ଦେଖାଦେଇଥିଲା। ଏଥିରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ସେବା। ତେଣୁ ସାନ ଭାଇକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଏପରିକି ଲୋକ ଲଗାଇ ଅଶୋକକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହେଉଛି।  ଏହି ଘଟଣା ପରେ ଆକ୍ରମଣ କରିଥିବା ଯୁବକ ସୁଦାମ ଓ ଅଶୋକଙ୍କ ବଡ଼ ଭାଇ ସେବା ଫେରାର ଅଛନ୍ତି।

Ordigital Desk
• Published: Thursday, 10 May 2018
• Updated: 10 May 2018, 04:55 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos