ଘରେ ଘରେ ଜଳିବ ବିଜୁଳି, ଅକ୍ଟୋବର ସୁଦ୍ଧା ସବୁ ଘରକୁ ସଂଯୋଗ

3-2-840x440

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ସୁଦ୍ଧା ସବୁ ପରିବାରକୁ ମିଳିବ ବିଦ୍ୟୁତ ସଂଯୋଗ। ଗତକାଲି ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ସୁଦ୍ଧା ରାଜ୍ୟର ୪୭  ହଜାର ୬୭୭ ଗାଁ ମଧ୍ୟରୁ ୪୭ ହଜାର ୬୫୫ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ଆଉ ମାତ୍ର ୨୨ଟି  ଗ୍ରାମର ବିଦ୍ୟୁତ ସଂଯୋଗ ବାକି ଅଛି।

ସେହିଭଳି ରାଜ୍ୟର ୨୨ ହଜାର ଆଂଶିକ ବିଦ୍ୟୁତିକରଣ ହୋଇଥିବା ଗାଁଗୁଡ଼ିକ ଉପରେ ଅଧିକ ଫୋକସ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ତେବେ ବାକି ଥିବା ୨୮ଲକ୍ଷ  ପରିବାରକୁ ଅକ୍ଟୋବର ୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ପାଇଁ  ଧାର୍ଯ୍ୟ ଲକ୍ଷ ଥିବା ସୂଚନା ଦେଇଛନ୍ତି ମୁଖ୍ୟ  ଶାସନ ସଚିବ।

Previous ArticleNext Article

Send this to a friend