ଏପ୍ରିଲ ପହିଲାରୁ ହୋଇପାରେ ଅନ୍ଧକାର

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ପହିଲାରୁ ଅନ୍ଧାରରେ ରହିପାରେ ଭଦ୍ରକ ସହର। ବକେୟା ବିଦ୍ୟୁତ ବିଲ୍&zwnj;କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ୩୧ ସୁଦ୍ଧା ବିଲ୍ ପଇଠ ନ କଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ପୌର ପ୍ରଶାସନକୁ ନୋଟିସ ଦେଇଛି ନେସ୍କୋ। ନେସ୍କୋର ଅଭିଯୋଗ ଅନୁସାରେ ଭଦ୍ରକ ପୌର ପ୍ରଶାସନ ଉପରେ ୨୦୧୮ ସୁଦ୍ଧା ୯ କୋଟି ୮୨ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ବାକି ଅଛି। ମାର୍ଚ୍ଚ ୯ ତାରିଖରେ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ସଂପର୍କରେ ଚିଠି ଲେଖିଥିଲା ନେସ୍କୋ ଓ ମାର୍ଚ୍ଚ ୩୧ ସୁଦ୍ଧା ବିଲ୍ ପଇଠ କରିବାକୁ କୁହାଯାଇଥିଲା। ସେପଟେ ପୌରାଧ୍ୟକ୍ଷ ମାନସ ମହାନ୍ତି କହିଛନ୍ତି, ପ୍ରକୃତରେ ନେସ୍କୋର ବକେୟା ବିଲ୍ ପରିମାଣ ପ୍ରାୟ ୩ କୋଟି ୬୯ ଲକ୍ଷ। କିନ୍ତୁ ନେସ୍କୋ ଅଧିକ ୪ କୋଟି ୧୯ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଏହା ଭିତ୍ତିହୀନ ଓ ଏତେ ଟଙ୍କା ଦେବା ମଧ୍ୟ ସମ୍ଭବ ନୁହେଁ ବୋଲି ପୌରାଧ୍ୟକ୍ଷ କହିଛନ୍ତି। ପୌର ପ୍ରଶାସନ ଉପରେ ଥିବା ବକେୟା ଟଙ୍କାର ପର୍ଯ୍ୟାୟକ୍ରମେ ପଇଠ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।</p> <p> [ BHADRAK]</p>

Ordigital Desk
  • Published: Friday, 30 March 2018
  • Updated: 30 March 2018, 08:43 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ପହିଲାରୁ ଅନ୍ଧାରରେ ରହିପାରେ ଭଦ୍ରକ ସହର। ବକେୟା ବିଦ୍ୟୁତ ବିଲ୍&zwnj;କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ୩୧ ସୁଦ୍ଧା ବିଲ୍ ପଇଠ ନ କଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ପୌର ପ୍ରଶାସନକୁ ନୋଟିସ ଦେଇଛି ନେସ୍କୋ। ନେସ୍କୋର ଅଭିଯୋଗ ଅନୁସାରେ ଭଦ୍ରକ ପୌର ପ୍ରଶାସନ ଉପରେ ୨୦୧୮ ସୁଦ୍ଧା ୯ କୋଟି ୮୨ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ବାକି ଅଛି। ମାର୍ଚ୍ଚ ୯ ତାରିଖରେ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ସଂପର୍କରେ ଚିଠି ଲେଖିଥିଲା ନେସ୍କୋ ଓ ମାର୍ଚ୍ଚ ୩୧ ସୁଦ୍ଧା ବିଲ୍ ପଇଠ କରିବାକୁ କୁହାଯାଇଥିଲା। ସେପଟେ ପୌରାଧ୍ୟକ୍ଷ ମାନସ ମହାନ୍ତି କହିଛନ୍ତି, ପ୍ରକୃତରେ ନେସ୍କୋର ବକେୟା ବିଲ୍ ପରିମାଣ ପ୍ରାୟ ୩ କୋଟି ୬୯ ଲକ୍ଷ। କିନ୍ତୁ ନେସ୍କୋ ଅଧିକ ୪ କୋଟି ୧୯ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଏହା ଭିତ୍ତିହୀନ ଓ ଏତେ ଟଙ୍କା ଦେବା ମଧ୍ୟ ସମ୍ଭବ ନୁହେଁ ବୋଲି ପୌରାଧ୍ୟକ୍ଷ କହିଛନ୍ତି। ପୌର ପ୍ରଶାସନ ଉପରେ ଥିବା ବକେୟା ଟଙ୍କାର ପର୍ଯ୍ୟାୟକ୍ରମେ ପଇଠ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।</p><p> [ BHADRAK]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos