ହାତୀ ନେଇଗଲା ଜୀବନ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ପୁଣି ମଣିଷକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ ନିକଟରେ ଘଟିଛ ଏହି ଅଭାବନୀୟ ଘଟଣା। ସ୍ଥାନୀୟ ଗୌଡ଼କାଟେଣୀଠାରେ ଥିବା କେନାଲରେ କାର୍ଯ୍ୟରତ ଜଣେ ଶ୍ରମିକକୁ ହାତୀ ଆକ୍ରମଣ କରିଥିଲା।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ଗୋବିନ୍ଦ ଦେବତା। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ବରମପୁର ଗାଁରେ ବୋଲି ଜଣାପଡ଼ିଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend