ଧାନ ଖାଇବାକୁ ଆସିଥିଲା, ଗାଁ ଦାଣ୍ଡରେ ମହିଳାଙ୍କୁ ଦଳି ଦେଲା

ଚୌଦ୍ୱାର (ପ୍ରକାଶ ନାୟକ): ରାତିରେ ଧାନ ଖାଇବାକୁ ଆସିଥିଲା। ଏହି ସମୟରେ ଶୌଚ ପାଇଁ ବାହାରକୁ ଆସିଥିବା ମହିଳାଙ୍କୁ ସମ୍ମୁଖରୁ ପାଇ ଦଳିଦେଲା ହାତୀ। ଗତକାଲି ବିଳମ୍ୱିତ ରାତିରେ ଏପରି ଅଘଟଣ କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଁଷାଲଣ୍ଡା ଗାଁରେ ଘଟିଛି।

ଗତକାଲି ରାତିରେ ଗାଁର କଳ୍ପନା ସ୍ୱାଇଁ ଶୌଚ ପାଇଁ ଘରୁ ବାହାରି ଥିଲେ। ଦାଣ୍ଡରେ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇନେଇ ଚକାଡି ଦେଇଥିଲା। ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘରୁ ବାହାରି ଆସିବାରୁ ହାତୀଟି ପଳାଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହାତୀଟି କିଛି ଦିନ ହେବ ଗାଁ ଚାରି ପାଖରେ ଘୂରି ବୁଲୁଥିଲା। ଏନେଇ ବନ ବିଭାଗକୁ ଖବର ଦିଆଯାଉଥିଲେ ମଧ୍ୟ ହାତୀକୁ ଘଉଡାଇବାର ବ୍ୟବସ୍ଥା କରାଯାଉ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

Previous ArticleNext Article

Send this to a friend