ହାତୀ ମାରି ଦାନ୍ତ ନେଇଗଲେ

elephant

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ସିମିଳିଜରା ଗାଁ ନିକଟ ପୁଟୁପୁଟିଗଡ଼ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଶିକାରୀ ଦନ୍ତାକୁ ହତ୍ୟା କରି ଦାନ୍ତ କାଟି ନେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତ ହାତୀର ହାଡ ଓ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି।

ଦୀର୍ଘଦିନ ହେବ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ହାତୀ ପରି ଏକ ବିରାଟ ଜନ୍ତୁକୁ ଶିକାର କରାଯିବା, ମୃତଦେହ ପଡ଼ି ପଡ଼ି ନଷ୍ଟ ହେବା ଘଟଣାର କୌଣସି ସୂଚନା ବନ ବିଭାଗ ପାଖରେ ନାହିଁ। ଏଥିରୁ ଜଣାପଡ଼ିଛି ବିଭାଗୀୟ ଅଧିକାରୀମାନେ  ଜଙ୍ଗଲ ଓ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ କେତେ ଯତ୍ନବାନ।

https://www.youtube.com/watch?v=RCVvXN0106Q

Previous ArticleNext Article

Send this to a friend