ଟ୍ରେନ୍‌ରେ ପିଟି ହୋଇ ଆହତ ହୋଇଥିବା ହାତୀର ଜୀବନ ଗଲା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିପଦରେ ଗଜରାଜ। କିଛି ଦିନ ତଳେ ଟ୍ରେନ୍‌ ଧକ୍କାରେ ୪ ଗଜରାଜଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଃଖ ଘଟଣା ମନରୁ ଲିଭିନଥିବା ବେଳେ ଆଜି ପୁଣି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଟ୍ରେନ୍‌ରେ ପିଟିହୋଇ ଆହତ ଅବସ୍ଥାରେ ଘୂରି ବୁଲୁଥିବା ଏକ ହାତୀର ମୃତ୍ୟୁ ଘଟିଛି। ଅଭିଯୋଗରୁ ପ୍ରକାଶ, ୪ ଦିନ ତଳେ ଟ୍ରନ୍‌ରେ ଗୋଟିଏ ମାଇ ହାତୀ ପିଟି ହୋଇଯାଇଥିଲା। ଫଳରେ ହାତୀଟି ଗୁରୁତର ଆହତ ହୋଇ ଜଙ୍ଗଲରେ ଘୂର ବୁଲି ଚିତ୍କାର […]

elephent death in dkl forest

elephent death in dkl forest

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 07:29 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିପଦରେ ଗଜରାଜ। କିଛି ଦିନ ତଳେ ଟ୍ରେନ୍‌ ଧକ୍କାରେ ୪ ଗଜରାଜଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଃଖ ଘଟଣା ମନରୁ ଲିଭିନଥିବା ବେଳେ ଆଜି ପୁଣି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଟ୍ରେନ୍‌ରେ ପିଟିହୋଇ ଆହତ ଅବସ୍ଥାରେ ଘୂରି ବୁଲୁଥିବା ଏକ ହାତୀର ମୃତ୍ୟୁ ଘଟିଛି।

ଅଭିଯୋଗରୁ ପ୍ରକାଶ, ୪ ଦିନ ତଳେ ଟ୍ରନ୍‌ରେ ଗୋଟିଏ ମାଇ ହାତୀ ପିଟି ହୋଇଯାଇଥିଲା। ଫଳରେ ହାତୀଟି ଗୁରୁତର ଆହତ ହୋଇ ଜଙ୍ଗଲରେ ଘୂର ବୁଲି ଚିତ୍କାର କରୁଥିଲା। ଏପରିକି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି। ତେବେ ଆଜି ସେହି ହାତୀର ମୃତ୍ୟୁ ଘଟିଛି। ହିନ୍ଦୋଳ ଫରେଷ୍ଟ ରେଞ୍ଜର ମଠରଗଡ଼ି ଜଙ୍ଗଲରେ ହାତୀର ମୃତ୍ୟୁ ଘଟିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos