କୂଅ ଭିତରୁ ବାହାରିଲା ହାତୀ ଛୁଆ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସଦର ରେଞ୍ଜ୍ ମହୁଲପୁଞ୍ଜି ଜଙ୍ଗଲର ପରିତ୍ୟକ୍ତ କୂଅ ଭିତରେ ଏକ ହାତୀ ଛୁଆ ପଡିଯାଇଥିଲା। ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆଜି କୂଅ ଭିତରୁ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଏହି ମାଈ ହାତୀ ଛୁଆର ବୟସ ୬ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଖବରପାଇ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ ।

ସୂଚନାଯୋଗ୍ୟ, ମେ’ ୧୨ ତାରିଖରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବାରୁଆଁ (କା) ପଞ୍ଚାୟତ ଜାମୁଝରାରେ ଥିବା ଖୋଲାକୂପ (ବାମ୍ଫୀ)ରେ ଏକ ମାଈହାତୀ ଖସି ପଡ଼ିଥିଲା।

Previous ArticleNext Article

Leave a Reply

Send this to a friend