ମୃତ୍ୟୁ ସହ ସଂଗ୍ରାମ କରୁଛି ଦନ୍ତାହାତୀ

ele

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଥିବା ଉଦୟଗିରି ମୁଣ୍ଡା ସାହିରେ ଗୋଟିଏ ଦନ୍ତା ହାତୀ ଅସୁସ୍ଥ ହୋଇ ପଡ଼ି ରହିଛି। ଦନ୍ତାହାତୀଟି ପଡ଼ି ରହିଥିବା ଗାଁ ଲୋକେ ଆଜି ଭୋରରୁ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରାଯାଇଛି। ହାତୀଟିର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତକାଲି ରାତିରେ ଏକ ହାତୀପଲ ଉକ୍ତ ଅଞ୍ଚଳରେ ବୁଲୁଥିଲେ। ସେଥିମଧ୍ୟରୁ ଗୋଟିଏ ହାତୀ ଅସୁସ୍ଥତା କାରଣରୁ ଯାଇ ନ ପାରି କାଜୁ ବାଡିରେ ରହିଯାଇଥିଲା।

Previous ArticleNext Article