ରାତିରେ ପଶି ଘର ଭାଙ୍ଗି ଦେଲା ହାତୀ

homecopy

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ଅନ୍ତର୍ଗତ କଦଳିଚୁଆଁ ଗାଁରେ ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ହାତୀ ପଶି ଜଣଙ୍କ ଘର ଭାଙ୍ଗି ଦେଇଛି। ରାଜେନ୍ଦ୍ର ମାଝୀ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ହାତୀ ଆସି ଘର ଭାଙ୍ଗି ଥିଲା।  ରାଜେନ୍ଦ୍ରଙ୍କ ପାଟି ଶୁଣି ଗାଁଲୋକେ ଉଠି ପଡ଼ିଥିଲେ। ଲୋକେ ଘଉଡ଼ାଇବାରୁ ହାତୀ ଜଙ୍ଗଲକୁ ଚାଲି ଯାଇଥିଲା। ଏହି ଘଟଣା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏଠାରେ ପ୍ରଥମ ଥର ହାତୀ ପଶିଥିବା ଲୋକେ କହିଛନ୍ତି।

 

Previous ArticleNext Article

Leave a Reply

Send this to a friend