ଡୁମୁରିଆ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

elephant

କେନ୍ଦୁଝର: କେନ୍ଦୁଝର ବନଖଣ୍ଡର  ଜଘିଂରା ସେକ୍ସନ ଡୁମୁରିଆ ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟି ରାଶି କ୍ଷେତରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ  ହାତୀର ମୃତଦେହକୁ ଜବତ କରିଛି। ଆଜି ହାତୀଟିର ବ୍ୟବଚ୍ଛେଦ କରାଯିବ।

କୌଣସି ରୋଗରେ ପଡ଼ି ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ହାତୀଙ୍କ ମଧ୍ୟରେ ସଂଘର୍ଷରୁ  ତାର ମୃତ୍ୟୁ ହୋଇଥିବା ବିନବିଭାଗ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend