ଏନ୍‌ସେଫାଲାଇଟିସ୍‌ ପ୍ରସଙ୍ଗ: କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍‌

highcourt

କଟକ: ମାଲକାନଗିରିରେ ଆତଙ୍କ ଖେଳାଇ ଗୋଟେ ପରେ ଗୋଟେ ଜୀବନ ନେଉଥିବା ଜାପାନିଜ ଏନ୍‌ସେଫାଲାଇଟିସ୍‌ ପ୍ରସଙ୍ଗରେ ଆଜି ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍‌ କରିଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାଲକାନଗିରି ଜିଲ୍ଲାପାଳଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି।

ଜାପାନୀ ଜ୍ୱରରେ ମୃତ୍ୟୁ ଘଟିଥିବା ଦୁଇ ଜଣ ଶିଶୁଙ୍କ ପିତାମାତା ଓ ଜଣେ ଆଇନଜୀବୀଙ୍କ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ୍‌ ଜାରି କରିଛନ୍ତି।

ଜାପାନୀ ଜ୍ୱରର କାରଣ ଖୋଜିବା ପାଇଁ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ସହ ପ୍ରଭାବିତ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଓ ମୃତ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଆବେଦନରେ ଦର୍ଶାଯାଇଥିଲା।

Previous ArticleNext Article

Send this to a friend