ରେଶମ ସହରରେ ଫୁଟିଲା ଗୁଳି: ଦୁର୍ଦ୍ଦାନ୍ତ ଅପରାଧୀ ମୋହନ ଆହତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରେଶମ ସହରରେ ପୁଣି ଫୁଟିଲା ଗୁଳି। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଓ ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୋହନ ରାଓ ଆହତ ହୋଇଛି। ମୋହନର ୨  ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଥମେ ପୋଲିସ ଉପରକୁ ମୋହନ ବୋମାମାଡ଼ କରିଥିଲା। ଏହାର ଜବାବ ଦେଇଥିଲା ପୋଲିସ। ଏହି ଏନ୍‌କାଉଣ୍ଟରରେ ସଦର ଥାନା ଆଇଆଇସି ଓ ଏସ୍‌ଆଇ ଆହତ ହୋଇଛନ୍ତି। ମୋହନ ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି।

Previous ArticleNext Article

Send this to a friend