ଜେସିବିକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ୍‌

ଯାଜପୁର (ଗୁଲାମ୍ ଗସ୍): ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ‘ଅନ୍ତୋଦୟ’ ଏକ୍ସପ୍ରେସ। ହରିଦାସପୁର ଷ୍ଟେସନ ପାଖ ଲେବୁଲ କ୍ରସିଂରେ ଏକ ଜେସିବିକୁ  ଧକ୍କା ଦେଇଛି ଏହି ଏକ୍ସପ୍ରେସ ଟ୍ରେନ୍। ଏଥିରେ ଜେସିବିଟି ଛିନ୍‌ଛତ୍ର ହୋଇଯାଇଥିବା ବେଳେ ୪ ଜଣ ଟ୍ରେନ୍ ଯାତ୍ରୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରେଳ ଲାଇନ ପାରି ହେବା ବେଳେ ଜେସିବିଟି ଖରାପ ହୋଇଯାଇଥିଲା। ଟ୍ରେନ୍‌ ଆସୁଥିବା ଦେଖି ଡ୍ରାଇଭର ଜେସିବିକୁ ଛାଡ଼ି ପଳାଇଯାଇଥିଲେ। ଟ୍ରାକ୍ ମଝିରେ ରହିଯାଇଥିବା […]

ttt

ttt

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 04:01 PM IST

Sports

Latest News

ଯାଜପୁର (ଗୁଲାମ୍ ଗସ୍): ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ‘ଅନ୍ତୋଦୟ’ ଏକ୍ସପ୍ରେସ। ହରିଦାସପୁର ଷ୍ଟେସନ ପାଖ ଲେବୁଲ କ୍ରସିଂରେ ଏକ ଜେସିବିକୁ  ଧକ୍କା ଦେଇଛି ଏହି ଏକ୍ସପ୍ରେସ ଟ୍ରେନ୍। ଏଥିରେ ଜେସିବିଟି ଛିନ୍‌ଛତ୍ର ହୋଇଯାଇଥିବା ବେଳେ ୪ ଜଣ ଟ୍ରେନ୍ ଯାତ୍ରୀ ଆହତ ହୋଇଛନ୍ତି।

trainମିଳିଥିବା ସୂଚନା ଅନୁଯାୟୀ, ରେଳ ଲାଇନ ପାରି ହେବା ବେଳେ ଜେସିବିଟି ଖରାପ ହୋଇଯାଇଥିଲା। ଟ୍ରେନ୍‌ ଆସୁଥିବା ଦେଖି ଡ୍ରାଇଭର ଜେସିବିକୁ ଛାଡ଼ି ପଳାଇଯାଇଥିଲେ। ଟ୍ରାକ୍ ମଝିରେ ରହିଯାଇଥିବା ଜେସିବିଟିକୁ ଟ୍ରେନ୍ ଧକ୍କା ଦେଇଥିଲା।

train1ଦୁର୍ଘଟଣା ପରେ ଟ୍ରେନ୍‌ଟି ସେଠାରେ ପ୍ରାୟ ୩ ଘଣ୍ଟା ଧରି ଅଟକି ରହିଥିଲା।

ଜଣେ ନିଲମ୍ବିତ

ଏହି ଘଟଣା ପରେ ଲେବୁଲ କ୍ରସିଂ ଗେଟ୍ କିପର ଯଶୋବନ୍ତ ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଛି। ଯଶୋବନ୍ତଙ୍କୁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos