ନଈ ଆର ପାରିରେ ଜୀବନ: ୭୦ ବର୍ଷ ହେଲା ଚାଲିଛି ସଂଘର୍ଷ

ବ୍ରହ୍ମପୁର (ଯଶୋବନ୍ତ ନାରାୟଣ ପାଢ଼ୀ): ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ସ୍ୱାଧୀନତାର ସ୍ୱାଦ ଚାଖି ନାହାଁନ୍ତି କି କୌଣସି ସରକାରୀ ଯୋଜନାର ସୁଫଳ ପାଇ ନାହାଁନ୍ତି। ଏପରିକି ସକାଳୁ ଉଠିଲେ ପରିବାରର ପେଟ ପୋଷିବା ପାଇଁ ନଈ ସେପାରିରେ ସଂଘର୍ଷ କରୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁୠବୁଡ଼ି ପଞ୍ଚାୟତର ନୂଆଗଡ଼ ଗ୍ରାମବାସୀ ବର୍ଷ ବର୍ଷ ଧରି ଏମିତି ସମସ୍ୟାରେ ଯୁଝି ହେଉଛନ୍ତି। କେବଳ ଏହି ଗୋଟିଏ ଗାଁ ନୁହଁ ଏମିତି ୧୫ଟି ଗ୍ରାମବାସୀ ସମାନ […]

hhhh

hhhh

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 10:16 PM IST

Sports

Latest News

ବ୍ରହ୍ମପୁର (ଯଶୋବନ୍ତ ନାରାୟଣ ପାଢ଼ୀ): ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ସ୍ୱାଧୀନତାର ସ୍ୱାଦ ଚାଖି ନାହାଁନ୍ତି କି କୌଣସି ସରକାରୀ ଯୋଜନାର ସୁଫଳ ପାଇ ନାହାଁନ୍ତି। ଏପରିକି ସକାଳୁ ଉଠିଲେ ପରିବାରର ପେଟ ପୋଷିବା ପାଇଁ ନଈ ସେପାରିରେ ସଂଘର୍ଷ କରୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁୠବୁଡ଼ି ପଞ୍ଚାୟତର ନୂଆଗଡ଼ ଗ୍ରାମବାସୀ ବର୍ଷ ବର୍ଷ ଧରି ଏମିତି ସମସ୍ୟାରେ ଯୁଝି ହେଉଛନ୍ତି। କେବଳ ଏହି ଗୋଟିଏ ଗାଁ ନୁହଁ ଏମିତି ୧୫ଟି ଗ୍ରାମବାସୀ ସମାନ ସମସ୍ୟା ଭୋଗୁଛନ୍ତି। ବାଘଲଟି ଜଳଭଣ୍ଡାର ଆରପାରିରେ ରହିଛି ଏହି ଗାଁ। ଏହି ଗାଁକୁ  ଯିବାକୁ ହେଲେ କେବଳ ଡଙ୍ଗା ହିଁ ଭରଷା। ଏହାଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ଏଠିକାର ପୁରୁଷ ଓ ମହିଳାମାନେ

ନିଜ ପରିବାରର ପେଟ ପୋଷିବା ପାଇଁ ନିଜେ ଡଙ୍ଗା ଚଳାଇ ନଦୀ ପାର ହେଉଛନ୍ତି। ତେବେ ଏହି ଅଞ୍ଚଳର ୩ ଜଣ ମହିଳାଙ୍କ ଜୀବନ ଖୁବ୍‌ ସଂଘର୍ଷମୟ। ନୂଆଗଡ ଗ୍ରାମରେ ଜମ୍ଭୁ ବେହେରା(୪୫),  କୁମାରୀ ବେହେରା(୫୦) ଓ ତାଙ୍କ ବୋହୁ ଭାନୁ (୩୦) ଏହି ତିନି ଜଣ ମହିଳା ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ଦୈନିକ ବିପଦସଙ୍କୁଳ ଭାବେ ନଦୀ ପାର ହୋଇଥାନ୍ତି। ଜମ୍ଭୁଙ୍କ ସ୍ୱାମୀ ଦିନ ମଜୁରିଆ ରୂପେ କାମ କରୁଥିବା ବେଳେ ତାଙ୍କ ପୁଅ ସୀମାଞ୍ଚଳ(୨୪) ଦାଦନ ଖଟୁଛନ୍ତି ଓ ୧୨ ବର୍ଷର ଝିଅ ରଚନା ଘରେ ଅଛନ୍ତି। କୁମାରୀଙ୍କ ସ୍ୱାମୀ ଜାଗିଲିଙ୍କ ଗୋଡର ଅବସ୍ଥା ଠିକ ନ ଥିବାରୁ ସେ କାମ କରିପାରୁନାହାଁନ୍ତି ।

ତାଙ୍କର ଏକମାତ୍ର ଝିଅର ମାନସିକ ଅବସ୍ଥା ଭଲନାହିଁ।  ଦୁଇ ପୁଅଙ୍କ ମଧ୍ୟରେ ଜଣେ ବିବାହ କରିଥିବା ବେଳେ ଅନ୍ୟ ଜଣେ ଘରେ ଅଛନ୍ତି। ଏଭଳି ଦୁର୍ଦ୍ଦିନ ପରିସ୍ଥିତିରେ ଏହି ମହିଳାଙ୍କ ଜୀବନ ବିତୁଛି। ପେଟ ପାଇଁ ଜଳଭଣ୍ଡାରରେ ନିଜର ଜୀବନକୁ ବାଜି ଲଗେଇ ଦିଅନ୍ତି। ଦଦରା ଡଙ୍ଗାକୁ ନିଜେ ବାହି ସେମାନେ ଆର ପାରିରେ ପହଞ୍ଚନ୍ତି। ପ୍ରତିଦିନ ୮ରୁ ୧୦ଟି ଗ୍ରାମ ବୁଲି ବେପାର ବଣିଜ କରିବା ପରେ ସନ୍ଧ୍ୟାରେ ପୁଣି ଡଙ୍ଗା ବାହି  ବାଘଲଟି ଜଳଭଣ୍ଡାର ପାର ହୋଇ ନିଜ ଘରେ ପହଂଚିଥାନ୍ତି। ହେଲେ ସେମାନଙ୍କୁ ସରକାରଙ୍କ ତରଫରୁ  କୌଣସି ସୁବିଧା ମିଳିପାରିନାହିଁ ବୋଲି ସେ କହିଛନ୍ତି।  ସରକାରୀ ଅଫିସ ଓ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ନୟାନ୍ତ ହେଲୁଣି। ତଥାପି ଆମକୁ କୌଣସି ମଉଳିକ ସହାୟତା ମିଳୁ ନାହିଁ ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos