ନବୀନଙ୍କୁ ନିନ୍ଦା କଲେ ସମସ୍ତେ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡିର କୌଣସି ନେତା ନଆସିବାକୁ ନେଇ ଉଭୟ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଇଛି। ସୌଜନ୍ୟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଶେଷ ଦର୍ଶନ ପାଇଁ ଯିବାର ଥିଲା ବୋଲି ସମସ୍ତେ କହିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଏବଂ ପ୍ରସନ୍ନ ମହାନ୍ତି, ଦଳ ଓ ନବୀନଙ୍କ ଏପରି ପଦକ୍ଷେପକୁ ନିନ୍ଦା କରିଛନ୍ତି।
ଏହି ପ୍ରସଙ୍ଗର କୌଣସି ଉତ୍ତର ଦେବାକୁ ଦଳ ଏଡାଇ ଯାଉଥିବା ଦେଖିବାକୁ ମିଳୁଛି। ବିଜେଡି ମୁଖପାତ୍ର ଅରୁଣ ସାହୁ କହିଛନ୍ତି, “ବଂଶୀଧର ପଣ୍ଡାଙ୍କ ଦେହାନ୍ତ ଏକ ଦୁଃଖଦ ଖବର। ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି ବାର୍ତ୍ତା ଦେଇଛନ୍ତି।” ହେଲେ ବିଜେଡିର କେହି କାହିଁକି ଯାଇ ନଥିଲେ ବୋଲି ପ୍ରଶ୍ନକୁ ଏଡ଼ାଇଯାଇଥିଲେ।
ଅନ୍ୟପକ୍ଷରେ ବଂଶୀଧର ପଣ୍ଡାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ବହୁ ଜାତୀୟ ସ୍ତରର ନେତା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବଂଶୀଧରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି, ‘ଏଭଳି ସମୟରେ ତାଙ୍କୁ ପରିବାର ଲୋକଙ୍କୁ ଧର୍ଯ୍ୟ ଧରିବାକୁ ପ୍ରାର୍ଥନା କରିଛନ୍ତି’।
ସେହିଭଳି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବଂଶୀଧରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ‘ଭାରତ ଜଣେ ଅଗ୍ରଗାମୀ ଶିଳ୍ପପତିଙ୍କୁ ହରାଇଲା’ ବୋଲି ଶୋକବାର୍ତ୍ତାରେ ଜଣାଇଛନ୍ତି। ବିଶିଷ୍ଟ କଂଗ୍ରେସ ନେତା ରାଜୀବ ଶୁକ୍ଳା ତାଙ୍କ ଶୋକବାର୍ତ୍ତାରେ ବଂଶୀଧର ପଣ୍ଡାଙ୍କୁ ଓଡ଼ିଶାରେ ଆଧୁନିକ ଶିଳ୍ପ ବିପ୍ଳବର ଜଣେ ବିନ୍ଧାଣୀ ଭାବେ ଦର୍ଶାଇବା ସହ ‘ଏଭଳି ଦୁଃସମୟରେ ତାଙ୍କ ପରିବାରକୁ ଶକ୍ତି ଦେବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି’।
Ordigital Desk
• Published: Wednesday, 23 May 2018
• Updated: 23 May 2018, 09:12 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos