ଟ୍ରେନରୁ ବିସ୍ଫୋରକ ଜବତ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ରୋଡ୍ ଷ୍ଟେସନରେ ଶୁକ୍ରବାର ସକାଳେ ଏଲ୍ଏପି ଧାନବାଦ ଏକ୍ସପ୍ରେସରୁ  ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ୨ନଂ ବର୍ଥରେ କେହି ଦୁବୃର୍ତ୍ତ ପ୍ଲାଷ୍ଟିକ୍‌ ବ୍ୟାଗରେ  ୭ଟି ବିସ୍ଫୋରକ ରଖି କେଉଁଆଡେ ଚାଲି ଯାଇଥିଲେ। ହଠାତ୍‌ ସେଥିରେ ନିଆଁ ଧରିବାରୁ ଯାତ୍ରୀମାନେ ପାଟିତୁଣ୍ଡ କରିଥିଲେ। ଯାତ୍ରୀଙ୍କ ହୋହାଲ୍ଲା ଶୁଣି ଜିଆରପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଏହାକୁ ବାହାରକୁ ଫୋପାଡ଼ି ଦେଇଥିଲେ।

ତେବେ କିଏ ଓ କେଉଁ ପରିସ୍ଥିତିରେ ଏହି ଟ୍ରେନରେ ବିସ୍ଫୋରକ ରଖିଥିଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ରେଲୱେ ଡିଏସ୍‌ପି ଓ ଝାରସୁଗୁଡ଼ା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଝାରସୁଗୁଡ଼ା ରୋଡ୍ ଷ୍ଟେସନରେ ଟ୍ରେନଟି ଦୀର୍ଘ ୨୦ ମିନିଟ୍‌ ଧରି ଅଟକି ରହିଥିଲା।

Previous ArticleNext Article

Send this to a friend